ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ସାଇଁବିରି ଠାରେ ‘ଜୟଦୁର୍ଗା ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଫାଇନାଲ ପ୍ରତିଯୋଗିତାରେ ସାମିଲ ହୋଇ ଗ୍ରାମାଞ୍ଚଳରେ ଖେଳର ପରମ୍ପରା ଆଗକୁ ନେବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ‘‘ଫୁଟବଲ୍ ମୋର ପ୍ରିୟ ଖେଳ । ସବୁ ଖେଳ ମଧ୍ୟରୁ ଏହା ସ୍ୱତନ୍ତ୍ର । ଏହି ଖେଳକୁ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ କରାଉଥିବାରୁ ଆୟୋଜକ କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ । ‘ଜୟଦୁର୍ଗା ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ’ରେ ଅନୁଗୋଳ ଓ ଢେଙ୍କାନାଳ ସମେତ ଭାଗ ନେଇଥିବା ସମସ୍ତ ଦଳର ଖେଳାଳି ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଟୁର୍ଣ୍ଣାମେଣ୍ଟ ବହୁ ସ୍ଥାନୀୟ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ଆଣିଦେବ । ଗ୍ରାମାଞ୍ଚଳରେ ଉତ୍ତମ ଭିତ୍ତିଭୂମି ସହ ଖେଳକୁ ପ୍ରୋତ୍ସାହନ ଦେବା ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ ମତ ରଖିଥିଲେ ।’’
ଆହୁରି ପଢ଼ନ୍ତୁ: NIT ରାଉରକେଲାରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ତାଙ୍କ ପିଲାଦିନର ପ୍ରତ୍ୟକ୍ଷ ଶିକ୍ଷକ ମହାରଣା ସାର୍, ବିଜୟ ସାର୍ ଓ ନୃସିଂହ ସାରଙ୍କୁ ଭେଟି ଖୁସି ପ୍ରକାଶ କରିଥିଲେ ।