ବିହାର ୦୨/୦୯: ମହଙ୍ଗା ପଡିଲା ସ୍ପିଡରେ ଗାଡି ଚଲାଇବା । କଟିଲା ମନ୍ତ୍ରୀଙ୍କ ଚାଲାଣ । ଗାଡ଼ି ଅଧିକ ସ୍ପିଡରେ ଥିବାରୁ ଆପେ ଆପେ ୨ ହଜାର ଟଙ୍କାର କଟି ଯାଇଛି ଚାଲାଣ । ବିହାରରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନଙ୍କୁ ପଡିଛି ଫାଇନ୍ । କାର ଦ୍ରୁତ ଗତି ଟୋଲ ପ୍ଲାଜାରେ ଥିଲା ସିିସିଟିଭିରେ କଏଦ ହୋଇଥିଲା । କେନ୍ଦ୍ର ମନ୍ତ୍ରୀଙ୍କ କାରର ଫାଇନ୍ ହେବା ପରେ ପରିବହନ ବିଭାଗରେ ଚର୍ଚ୍ଚା ହୋଇଛି ।
ସୂଚନା ଥାଉକି, ୧୫ ଦିନ ପୂର୍ବେ ବିହାରରେ ଲାଗୁ ହୋଇଛି ନୂଆ ନିୟମ । ଗାଡ଼ି ଅଧିକ ସ୍ପିଡରେ ଥିଲେ ତଥା ଏହାର କାଗଜପତ୍ର ଠିକ୍ ନ ଥିଲେ ଅଟୋମେଟିକ ଭାବେ ଗାଡ଼ି ମାଲିକଙ୍କ ନାଁରେ କଟିବ ଚାଲାଣ। ଏହି ନିୟମ ସମଗ୍ର ବିହାରରେ ଲାଗୁ ହୋଇଥିବା ବେଳେ ଆରମ୍ଭରୁ ଏଥିରେ ଫସିଗଲେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ।
ବିହାରରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ହାଜିପୁରରୁ ଚମ୍ପାରନ ଯାଉଥିବା ବେଳେ ପରିବହନ ବିଭାଗ କ୍ୟାମେରାରେ ଧରାପଡ଼ିଛନ୍ତି। ତାଙ୍କ ଏନେଇ ଚିରାଗ କହିଛନ୍ତି, ଜରିମାନା ଦିଆଯିବ । ପରିବହନ ବିଭାଗ ପକ୍ଷରୁ କୁହାଯାଇଛି, ଯୋଜନାରେ ବିହାରର ଜାତୀୟ ରାଜପଥ ପାର୍ଶ୍ୱରେ ଅତ୍ୟାଧୁନିକ କ୍ୟାମେରା ଲଗାଯାଇଛି । ଏହା ଉକ୍ତ ବାଟ ଦେଇ ଯାଉଥିବା ଗାଡ଼ିର ନମ୍ବର ପ୍ଲେଟର ଫଟୋ ଉଠାଇ ତାହାର କାଗଜପତ୍ର ଠିକ୍ ଅଛି କି ନାହିଁ ଯାଞ୍ଚ କରିବ ।
ଏଥିରେ ବ୍ୟତିକ୍ରମ ଥିଲେ ତଥା ଗାଡ଼ି ଓଭର ସ୍ପିଡ ଥିଲେ ଗାଡ଼ିମାଲିକଙ୍କ ରେଜିଷ୍ଟେଶନ ମୋବାଇଲ ନମ୍ବରକୁ ଚାଲାଣ ଚାଲିଯିବ । ଖୁବ୍ ଶୀଘ୍ର ଟୋଲ ପ୍ଲାଜାରେ ବି ଏହାକୁ ଲଗାଯିବ ବୋଲି ଜଣେ ପରିବହନ ଅଧିକାରୀ କହିଛନ୍ତି। ଏହାକୁ ନେଇ ବିହାରର ଗାଡ଼ି ଚାଳକଙ୍କ ମଧ୍ୟରେ ଛାନିଆ ପଶିଯାଇଛି।