ମୋଦି ପପୁଲାର ଲିଡର, ତାଙ୍କ ନେତୃତ୍ବରେ ସାରା ଦେଶରେ ବିଜେପି ନିର୍ବାଚନରେ ଭଲ କରିବ : ଅନୁରାଗ ଠାକୁର
3/10/2023 at 12:37 PM

ଭୁବନେଶ୍ବର ୩।୧୦: ଓଡିଶାରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପହଞ୍ଚିଛନ୍ତି । ଉଭୟ କେନ୍ଦ୍ରମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ବିଜେପି ନିଜ ଦମ୍ରେ ନିର୍ବାଚନ ଲଢ଼ିବ ଏବଂ ଭଲ ଫଳ କରିବ । ମୋଦି ପପୁଲାର ଲିଡର । ତାଙ୍କ ନେତୃତ୍ବରେ ସାରା ଦେଶରେ ବିଜେପି ନିର୍ବାଚନରେ ଭଲ କରିବ । ଜନ ବିରୋଧୀ ଆମେ ନୁହଁ । ୨୦୧୪, ୨୦୧୯ରେ ଆମେ ସରକାର କେମିତି କଲୁ । କାହାକୁ ଜନ ବିରୋଧୀ କହିଲେ ହେବନି । ଜନତା ସର୍ବେସର୍ବା ।
ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ର ଜି-୨୦ ବ୍ୟାକଡ୍ରପ୍ରେ ରଖିବା ଓଡିଶା ପ୍ରତି ତାଙ୍କ ଭଲପାଇବା ଦର୍ଶାଉଛି । ରେଲୱେ ପାଇଁ ୧୧ ଗୁଣ ପଇସା ଦେଇଛି କେନ୍ଦ୍ର । ରାସ୍ତା ପାଇଁ ୭ ଗୁଣ ଟଙ୍କା ଦେଇଛି କେନ୍ଦ୍ର । ଉପା ସରକାର ତୁଳନାରେ ଜିଏସଟି ଆଦାୟ ବଢିଛି । କଂଗ୍ରେସ ୨ ଲକ୍ଷ ୬୩ ହଜାର କୋଟି ଦେଇଥିଲା । ୧୮ ଲକ୍ଷ କୋଟି ମୋଦି ସରକାର ଦେଇଛନ୍ତି । ଇକୋନୋମିକ୍ କରିଡର ଓଡିଶା ଉପରେ ପ୍ରଭାବ ପଡିବ । ୧୨ କୋଟି ଶୌଚାଳୟ କରିଛି କେନ୍ଦ୍ର । ୧୮ କୋଟି ଗ୍ୟାସ୍ କନେକ୍ସନ କେବଳ ମୋଦି ସରକାରଙ୍କ ୯ ବର୍ଷରେ ହୋଇଛି । ଜଳ ଜୀବନ ମିଶନ ଶୀଘ୍ର ସାରିବାକୁ ଓଡିଶା ସରକାରଙ୍କୁ ଅନୁରୋଧ । ଗରିବ କଲ୍ୟାଣରେ ମହିଳାଙ୍କୁ ବେଶୀ ଫୋକସ୍ ଦିଆଯାଉଛି ।
ଏହାପରେ ଉଭୟ କେନ୍ଦ୍ରମନ୍ତ୍ରୀ ଉତ୍କଳ ବିଶ୍ବବିଦ୍ୟାଳୟରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସୂଚନା ରହିଛି ।
You Can Read :