ରବିବାର ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

Published By : Prameya-News7 Bureau | August 06, 2022 IST

ଭୁବନେଶ୍ବର ୬।୮: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଓଡିଶା ଗସ୍ତରେ ଆସୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ରାତି ୧୦ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ୮ ତାରିଖ ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ । ପରେ କଟକରେ ଅମୃତ ମହୋତ୍ସବ ଅବସରରେ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜନ୍ମସ୍ଥାନ ପରିଦର୍ଶନ କରିବେ ।

ଏହାସହ ହରେକୃଷ୍ଣ ମହତାବଙ୍କ ଦ୍ବାରା ସ୍ଥାପିତ ପ୍ରଜାତନ୍ତ୍ର ଖବରକାଗଜର ୭୫ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବେ । ପରେ ବିଜେପି କାର୍ଯ୍ୟାଳୟରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବେ ।

ସେହିଦିନ ଅପରାହ୍ନ ୪ଟାରେ ମେ’ ଫେୟାର ହୋଟେଲରେ ମୋଦୀ@୨୦ର ବୁକ୍ ରିଡ଼ିଂ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଅମିତ ଶାହ । ସନ୍ଧ୍ୟା ୬ଟା ୩୦ମିନିଟ୍‌ରେ ଓଡିଶା ଛାଡିବେ କେନ୍ଦ୍ର ଗୃହମନ୍ତ୍ରୀ । ଏ ନେଇ ପ୍ରେସମିଟ୍‌ରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.