ପରଲୋକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଉଣୀ, ଫୁସ୍‌ଫୁସ୍‌ ଟ୍ରାନ୍ସପ୍ଲାଣ୍ଟ ପରେ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ

Published By : Prameya-News7 Bureau | January 15, 2024 IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ବରୀବେନଙ୍କ ପରଲୋକ ହୋଇଛି। ସୋମବାର ରାଜେଶ୍ବରୀବେନ ମୁମ୍ବାଇର ଏକ ହସ୍ପିଟାଲରେ ଶେଷ ନିଶ୍ବାସ ନେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। କିଛି ମାସ ପୂର୍ବରୁ ରାଜେଶ୍ବରୀବେନଙ୍କ ଫୁସ୍‌ଫୁସ୍‌ରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ସେପଟେ ବଡ଼ ଭଉଣୀଙ୍କ ମୃତ୍ୟୁ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜର ସାର୍ବଜନିକ କାର୍ଯ୍ୟକ୍ରମ ରଦ୍ଦ କରିଛନ୍ତି।

ସୂଚନାଥାଉକି, କିଛି ମାସ ପୂର୍ବରୁ ହିଁ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ବରୀବେନଙ୍କ ଫୁସ୍‌ଫୁସ୍‌ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ଫୁସ୍‌ଫୁସ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ପରେ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଉ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହସ୍ପିଟାଲରେ ହିଁ ତାଙ୍କର ପରଲୋକ ହୋଇଛି। ତେବେ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜର ଗୁଜରାଟ ଗସ୍ତ ରଦ୍ଦ କରିଛନ୍ତି। ଗୁଜରାଟ ଗସ୍ତରେ ତାଙ୍କର ଅନେକ କାର୍ଯ୍ୟକ୍ରମର ମଧ୍ୟ ରହିଥିଲା। 

ଆହୁରି ପଢ଼ନ୍ତୁ: ପରଲୋକରେ ସୁପ୍ରସିଦ୍ଧ ଊର୍ଦ୍ଧ୍ୱୁ କବି ମୁନବ୍ବର ରାଣା, ଦୀର୍ଘଦିନ ଧରି କିଡନୀ ଓ ହୃଦରୋଗରେ ଥିଲେ ପୀଡିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.