ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଘାଟିରେ ଟାର୍ଗେଟ କିଲିଂ ଉପରେ ବଡ଼ ଆକ୍ସନ ନେବେ ସରକାର ! ଶୁକ୍ରବାର ଶାହ କରିବେ ଉଚ୍ଚସ୍ତରୀୟ ବୈଠକ

2/06/2022 at 7:20 PM

ନୂଆଦିଲ୍ଲୀ: ଜାମ୍ମୁ କଶ୍ମୀରରେ ଗତ କିଛି ସପ୍ତାହରେ ହିନ୍ଦୁ ଏବଂ ଅଣକାଶ୍ମୀରୀଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଛି। କେନ୍ଦ୍ର ଶାସିତ ପ୍ରଦେଶର ବର୍ତ୍ତମାନର ସ୍ଥିତିକୁ ନେଇ ଶୁକ୍ରବାର ଜାମ୍ମୁ କାଶ୍ମୀରର ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମଧ୍ୟ ଉପସ୍ଥିତ ରହିବେ।

କେନ୍ଦ୍ର ସରକାର କଠୋର ପଦକ୍ଷେପ ସହ କାଶ୍ମୀରୀ ପଣ୍ଡିତ ଏବଂ ହିନ୍ଦୁଙ୍କୁ ଭରଷା ଦେବେ ଯେ, ସେମାନେ ଉପତ୍ୟକାରେ ସୁରକ୍ଷା ଅଛନ୍ତି। ସ୍ଥିତିର ସମୀକ୍ଷା ସମୟରେ ପୋଲିସ ପ୍ରଶାସନକୁ କଡା ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି। ଏହି ବୈଠକରେ ଅଜିତ୍ ଡୋଭାଲଙ୍କ ସହ ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା, ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ, ପ୍ରଦେଶର ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ସାମିଲ ଉପସ୍ଥିତ ରହିବେ।

ନିକଟରେ ଜାମ୍ମୁ କାଶ୍ମୀରେ ଘଟିଥିବା ଟାର୍ଗେଟ କିଲିଂ ସ୍ପଷ୍ଟ କରିଛି ଯେ, ଏହା ସବୁ ଜିହାଦୀଙ୍କ ଏକ ବଡ଼ ଯୋଜନାର ଅଂଶ। କଶ୍ମୀରର ସଂଖ୍ୟାଲଘୁ ଗୋଷ୍ଠୀର ଲୋକଙ୍କୁ କେନ୍ଦ୍ର ଶାସିତ ପ୍ରଦେଶକୁ ବାହାର କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ଏମାନଙ୍କ ଲକ୍ଷ୍ୟ ଥିବା ଜଣାପଡୁଛି। କିଛି ରିପୋର୍ଟ ଅନୁସାରେ, ଘାଟିରେ ଟାର୍ଗେଟ କିଲିଂ ପରେ ସେଠାରୁ ହିନ୍ଦୁଙ୍କ ପଳାୟନ ଆରମ୍ଭ ହୋଇଛି।  

   Related Posts