ଜାତୀୟ ଏକତା ଦିବସ ଅବସରରେ ଗଣଦୌଡର ଶୁଭାରମ୍ଭ କଲେ ଗୃହମନ୍ତ୍ରୀ ଅମିତ ଶାହା

Published By : Prameya-News7 Bureau | October 31, 2019 IST

ନୂଆଦିଲ୍ଲୀ ୩୧।୧୦: ଜାତୀୟ ଏକତା ଦିବସ ଅବସରରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଏକତା ପାଇଁ ଗଣଦୌଡ କାର୍ଯ୍ୟକ୍ରମ ହୋଇଛି । ଏହାକୁ ଗୃହମନ୍ତ୍ରୀ ଅମିତ୍‍ ଶାହା ଶୁଭାରମ୍ଭ କରିଛନ୍ତି । ଏଥିରେ ୧୫ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ।

ପ୍ରତିଯୋଗୀମାନଙ୍କୁ ଏକତା ଦୌଡ଼ରେ ପହଞ୍ଚିବା ପାଇଁ ଭୋର ୪ଟାରୁ ମେଟ୍ରୋ ସୁବିଧା କରାଯାଇଥିଲା । ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‍ଠାରେ “ଏକ୍‍ ଭାରତ – ଶ୍ରେଷ୍ଠ ଭାରତ” ପାଳନ ହୋଇଛି । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ କରି ଜାତୀୟ ସଂହତି ଭାବ ବଜାୟ ରଖିବା ନେଇ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.