scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତାକାଲି ପୋର୍ଟାଲ ଲଞ୍ଚ୍ କରିବେ ଅମିତ୍ ଶାହ, ସାହାରା ଇଣ୍ଡିଆରେ ଫସିଥିବା ଜମାକାରୀଙ୍କୁ ମିଳିବ ଟଙ୍କା !

17/07/2023 at 6:34 PM

ନୂଆଦିଲ୍ଲୀ: ଲକ୍ଷାଧିକ ପୁଞ୍ଜି ଜମାକାରୀଙ୍କ ପାଇଁ ଆଶ୍ଵସ୍ତିକର ଖବର। ସାହାରା ଇଣ୍ଡିଆରେ ନିବେଶ କରିଥିବା ଲୋକ ନିଜର ପଇସା ଫେରି ପାଇବେ। କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଅଟଳ ଉର୍ଜା ଭବନରେ ସାହାରା ରିଫଣ୍ଡ ପୋର୍ଟାଲ୍ ଲଞ୍ଚ କରିବେ। ଏହି ପୋର୍ଟାଲ ଜରିଆରେ ସେହି ପୁଞ୍ଜି ଜମାକାରୀଙ୍କୁ ଅର୍ଥ ମିଳିବ, ଯାହାଙ୍କ ନିବେଶ ଅବଧି ପୂରା ହୋଇ ସାରିଛି। କେଉଁଭଳି ଜମାକାରୀ ନିଜର ପଇସା ଫେରି ପାଇବେ ଏହି ବିଷୟରେ ଓ୍ଵେବସାଇଟ୍‌ରେ ସଂପୂର୍ଣ୍ଣ ତଥ୍ୟ ଉପଲବ୍ଧ ରହିବ।

ସମଗ୍ର ଦେଶରେ ଲକ୍ଷାଧିକ ନିବେଶକଙ୍କ କୋଟି କୋଟି ଟଙ୍କା ସାହାରା ଇଣ୍ଡିଆରେ ଫସିଛି। ଲୋକେ ନିଜର ଟଙ୍କା କେମିତି ଫେରସ୍ତ ପାଇବେ ଚାହିଁ ରହିଛନ୍ତି। ସାହାରା ଇଣ୍ଡିଆର ମାଚ୍ୟୁରିଟି ପୂରା  ହେବା ସତ୍ତ୍ଵେ ବି ଲୋକେ ଅଦ୍ୟାବଧି ନିଜର ଟଙ୍କା ଫେରି ପାଇ ନାହାନ୍ତି। ଏହାକୁ ନେଇ ନିବେଶକ ଅନେକ ଥର ଆନ୍ଦୋଳନ କରିଛନ୍ତି। କିନ୍ତୁ ସମାଧାନର କୌଣସି ରାସ୍ତା ବାହାରି ପାରିନଥିଲା।

सहारा इंडिया बैंक में जमा पैसा मिलेगा.
aajtak.in

ସାହାରା ଇଣ୍ଡିଆରେ ସର୍ବାଧିକ ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରୁ ଜମାକାରୀ ଅଛନ୍ତି। କିଛି ଲୋକ ନିଜର ସମସ୍ତ ପୁଞ୍ଜି ସାହାରା ଇଣ୍ଡିଆରେ ଜମା କରିଥିଲେ। ଆଉ ଏବେ ସେମାନେ ଜମା ପୁଞ୍ଜି ଫେରି ପାଇବା ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି। ଜମାକାରୀଙ୍କ ନିବେଶ ଅବଧି ପୂରା ହେବା ପରେ ମଧ୍ୟ ଜମା ପୁଞ୍ଜି ନ ମିଳିବାରୁ ଅନେକ ରାଜ୍ୟଗୁଡ଼ିକରେ ଲଗାତାର ସାହାରା ଇଣ୍ଡିଆ ବିରୋଧରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ସାହାରା ଇଣ୍ଡିଆ ବ୍ୟାଙ୍କରେ ଗ୍ରାହକଙ୍କ ଜମା ପୁଞ୍ଜି ଉପରେ ନିଷ୍ପତ୍ତି ଶୁଣାଇଛନ୍ତି ଯେ, ସାହାରା ଇଣ୍ଡିଆର ସମସ୍ତ ନିବେଶକଙ୍କୁ ସିଆରସି ଜରିଆରେ ଜମା ପୁଞ୍ଜି ମିଳିବ। ଏବେ ସରକାରଙ୍କ ସଦ୍ୟତମ ପଦକ୍ଷେପରେ ନିବେଶକଙ୍କୁ ସେମାନଙ୍କର ଜମା ପୁଞ୍ଜି ମିଳିବା ନେଇ ଆଶା ଜାଗି ଉଠିଛି। ସାହାରା-ସେବି ଫଣ୍ଡରେ ୨୪ ହଜାର କୋଟି ଟଙ୍କା ଜମା ରହିଛି। ୨୦୨୧ରେ ସାହାରା-ସେବି ଫଣ୍ଡ ଗଠନ ହୋଇଥିଲା।

ଅଧିକ ପଢନ୍ତୁ- ସାହାରା ନିବେଶକଙ୍କୁ ମିଳିଲା ସୁପ୍ରିମକୋର୍ଟରୁ ସାହାରା, ଖୁବ୍ ଶୀଘ୍ର ସେମାନଙ୍କୁ ମିଳିଯିବ ଜମା ଟଙ୍କା

ସେବି-ସାହାର ବିବାଦ

ସାହାରା ବିବାଦ ୨୦୦୯ରେ ଆରମ୍ଭ ହୋଇଥିଲା। ଯେବେ ସାହାରାର ଦୁଇଟି କମ୍ପାନୀ ସାହାରା ହାଉସିଂ ଲିମିଟେଡ୍ ଏବଂ ସାହାରା ଇଣ୍ଡିଆ ରିୟଲ ଏଷ୍ଟେଟ୍ କର୍ପୋରେସନ ନିଜର ଆଇପିଓ ଆଣିବାକୁ ପ୍ରସ୍ତାବ ଦେଲେ ଏବଂ ଆଇପିଓ ଆସିବା ମାତ୍ରେ ସାହାରାର ତ୍ରୁଟି ସାମ୍ନାକୁ ଆସିଥିଲା। ସେବି ଜାଣିବାକୁ ପାଇଥିଲା ଯେ, ସାହାରା ଭୁଲ ପ୍ରକ୍ରିୟାରେ ୨୪ ହଜାର କୋଟି ଟଙ୍କା ପୁଞ୍ଜି ସଂଗ୍ରହ କରିଥିଲା। ଏହା ପରେ ତଦନ୍ତ  ଆରମ୍ଭ ହେବାରୁ ସାହାରା ଇଣ୍ଡିଆର ଅନିୟମିତତା ଥିବା ସେବି ଜାଣିବାକୁ ପାଇଥିଲା। ଏହା ପରେ ସେବି ସାହାରାକୁ ଜମାକାରୀଙ୍କ ଟଙ୍କା ଫେରାଇବାକୁ କହିଥିଲା। ମାତ୍ର ଏମିତି ନ ହେବାରୁ ମାମଲା ଜଟିଳ ହେବାରେ ଲାଗିଲା।

   Related Posts