ଏବେ କିଷାନ କ୍ରେଡିଟ କାର୍ଡର ଲାଭ ନେଇପାରିବେ ମତ୍ସ୍ୟଜୀବି, କେନ୍ଦ୍ରମନ୍ତ୍ରୀ କହିଲେ -ସରକାର ପ୍ରସ୍ତୁତ କରୁଛନ୍ତି ଏସଓପି

Published By : Prameya-News7 Bureau | October 24, 2021 IST

ହାଇଦ୍ରାବାଦ୨୪।୧୦: ଏବେ ଦେଶରେ ଚାଷୀଙ୍କ ଭଳି ମତ୍ସ୍ୟଜୀବିଙ୍କୁ ମଧ୍ୟ ‘କିଷାନ କ୍ରେଡିଟ୍ କାର୍ଡ’ ଉପଲବ୍ଧ କରାଯିବ। ଏଥିଲାଗି କେନ୍ଦ୍ର ସରକାର ଏବେ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଅର (ଏସଓପି) ପ୍ରସ୍ତୁତ କରୁଛନ୍ତି। ରବିବାର କେନ୍ଦ୍ର ମତ୍ସ୍ୟ , ପଶୁପାଳନ ଓ ଡାୟରୀ ରାଷ୍ଟ୍ରମନ୍ତ୍ରୀ ଏଲ.ମୁରୁଗନ ଏହି ସୂଚନା ଦେଇଛନ୍ତି। ହାଇଦ୍ରାବାଦରେ ଜାତୀୟ ମତ୍ସ୍ୟ ବିକାଶ ବୋର୍ଡଙ୍କ ସମୀକ୍ଷା ବୈଠକ ପରେ ସାମ୍ବାଦିକଙ୍କୁ ସେ ଏହି ସୂଚନା ଦେଇଛନ୍ତି।

{"id":532526,"width":839,"height":565,"sizeSlug":"full","linkDestination":"none"}

ସେ କହିଛନ୍ତି ଯେ ଆମ ସରକାର ପ୍ରଥମରୁ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ଉପଲବ୍ଧ କରାଇଛନ୍ତି। ଏବେ ଏହି ସୁବିଧା ମତ୍ସ୍ୟଜୀବିଙ୍କୁ ମଧ୍ୟ ଉପଲବ୍ଧ କରିବା ଲାଗି ସରକାର କାମ କରୁଛନ୍ତି। ସାମୁଦ୍ରିକ ଖାଦ୍ୟ ଉତ୍ପାଦ ରପ୍ତାନୀ ତ୍ୱରାନ୍ୱିତ କରିବାକୁ ଏବେ ବିଚାର କରାଯାଉଥିବା ବେଳେ ଏ ଦିଗରେ କାର୍ଯ୍ୟ  ହାତକୁ ନିଆଯାଇଛି। ଏହି କ୍ରମରେ ଦେଶର ୫ଟି ବନ୍ଦରକୁ ଅନ୍ତର୍ଜାତୀୟ ମାନର କରିବା ଲାଗି ସରକାର ପଦକ୍ଷେପ ନେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

{"id":532528,"width":840,"height":569,"sizeSlug":"full","linkDestination":"none"}

ଏହା ଛଡା ବନ୍ଦରଗୁଡିକୁ ପ୍ରୋସେସିଂ ୟୁନିଟ ସମେତ ଶୀତଳ ଭଣ୍ଡାର ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗରେ ମଧ୍ୟ ସଜ୍ଜିତ ହେବେ। ଯାହା କେବଳ  ଅତ୍ୟାଧୁନିକ ବନ୍ଦରରେ ଉପଲବ୍ଧ ହୋଇଥାଏ। ସେହିପରି ତାମିଲନାଡୁରେ ସରକାର ଏକ ସାମୁଦ୍ରିକ ଶୈବାଳ ପାର୍କ ସ୍ଥାପନାର ମଧ୍ୟ ଯୋଜନା ରଖିଛନ୍ତି। ଏହା ଏକ ନୂଆ ଅବଧାରଣା ଓ ନରେନ୍ଦ୍ର ମୋଦିଙ୍କ ସରକାର ଦେଶରେ ପ୍ରଥମ ଥର ଏପରି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାକୁ ଯାଉଥିବା ମୁରୁଗନ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.