oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ମମତାଙ୍କୁ ଝଟକା ! କେନ୍ଦ୍ରୀୟ ଡେପୁଟେସନରେ ଗଲେ ପଶ୍ଚିମବଙ୍ଗର ୩ IPS ଅଫିସର

12/12/2020 at 4:45 PM

ନୂଆଦିଲ୍ଲୀ ୧୨।୧୨: ପଶ୍ଚିମବଙ୍ଗରେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ ପଟୁଆର ଉପରକୁ ଆକ୍ରମଣ ମାମଲାରେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ଆସିଛି। ରାଜ୍ୟର ୩  ଭାରତୀୟ ପୋଲିସ ସେବା ଅଧିକାରୀ (ଆଇପିଏସ)ଙ୍କୁ କେନ୍ଦ୍ରୀୟ ଡେପୁଟେସନ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଅଧିକାରୀମାନେ ଦିଲ୍ଲୀ ବଦଳି ହୋଇଛନ୍ତି। 

ଏହା ପୂର୍ବରୁ ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ସମନ ଜାରି କରି କେନ୍ଦ୍ର ସରକାର ଦିଲ୍ଲୀ ଡକାଇଥିଲେ। ଗତ ଗୁରୁବାର ଦିନ କୋଲକାତା ନିକଟରେ ବିଜେପି ଜାତୀୟ ସଭାପତିଙ୍କ ପଟୁଆର ଉପରକୁ ଲୋକେ ଟେକା ପଥର ମାଡ କରିଥିଲେ। ଜାଗାକୁ ଜାଗା ଏପରି ଆକ୍ରମଣ ଯୋଗୁ କେତେକ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଆହତ ହୋଇଥିଲେ। ଘଟଣାକୁ ନେଇ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲାଗିଥିଲା।

ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟପାଳଙ୍କୁ ୨୪ ଘଣ୍ଟାରେ ରିପୋର୍ଟ ତଲବ କରିଥିବା ବେଳେ ଜଗଦୀପ ଧନଖଡ ମାତ୍ର କିଛି ଘଣ୍ଟାରେ ରାଜ୍ୟର ବିପର୍ଯ୍ୟନ୍ତ ଆଇନଶଋୃଙ୍ଖଳା ନେଇ କେନ୍ଦ୍ରକୁ ତାଙ୍କର ରିପୋର୍ଟ ପଠାଇଦେଇଥିଲେ। ଏହା ଆଧାରରେ କେନ୍ଦ୍ର ସରକାର ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଲ୍ଲୀ ସମନ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ କେନ୍ଦ୍ର ସରକାର ୩ ଆଇପିଏସ୍‌ଙ୍କୁ ଡେପଟେସନରେ କେନ୍ଦ୍ରକୁ ଡକାଇନେଇଛନ୍ତି।

   Related Posts