କେଜରିୱାଲଙ୍କ ଉପରେ ଗର୍ଜିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାଣନ୍ତୁ କହିଲେ କ’ଣ ?

Published By : Prameya-News7 Bureau | September 07, 2022 IST

ନୂଆଦିଲ୍ଲୀ ୭।୯: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ଦିଲ୍ଲୀର ସ୍କୁଲମାନଙ୍କ ଆସେସମେଣ୍ଟ ଜାତୀୟ ହାରରେ ବହୁତ କମ୍। ରାଜ୍ୟ କ୍ଷମତାରେ ଆମ ଆଦମୀ ପାର୍ଟି (ଆପ) ଆସିବା ଦିନରୁ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ନିୟମିତ ହ୍ରାସ ହୋଇ ଚାଲିଛି। ସେ କହିଛନ୍ତି ଯେ ଦିଲ୍ଲୀ ସରକାର କ୍ଷମତାକୁ ଆସିବା ପୂର୍ବରୁ ଜାତୀୟ ରାଜଧାନୀରେ ୫ଶହ ମଡେଲ ସ୍କୁଲ ଖୋଲିବେ ବୋଲି ଘୋଷଣା କରିଥିଲେ। ତେବେ ଆରଟିଆଇରୁ ମିଳିଥିବା ସୂଚନାରୁ ମାତ୍ର ୬୩ଟି ମଡେଲ ସ୍କୁଲ ସ୍ଥାପନା କରିଥିବା ଓ ଏହି ଡାଟା ସରକାରୀ ୱେବସାଇଟ୍‌ରେ ଥିବାର ପ୍ରଧାନ କହିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସହମତିରେ ନ୍ୟାସନାଲ ଆସେସମେଣ୍ଟ ସ୍କୁଲ ସର୍ଭେରେ ଦିଲ୍ଲୀର ସ୍କୁଲମାନଙ୍କର ହାର ଜାତୀୟ ହାରଠାରୁ ବହୁତ କମ ରହିଛି। ଦିଲ୍ଲୀ ସରକାର ୨୦୨୦ରୁ ଡାର୍କ ପ୍ରାକ୍ଟିସ୍‌ରେ ଜଣେବି ଶିକ୍ଷକ କି ପ୍ରିନ୍ସପାଲଙ୍କ ନିଯୁକ୍ତି କରି ନାହାନ୍ତି। ଦିଲ୍ଲୀ ପାଖରେ ପର୍ଯ୍ୟାପ୍ତ ସରପ୍ଲସ୍ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ତେବେ ପ୍ରଧାନ କେଜରିୱାଲଙ୍କ ନାମ ନ ନେଇ କିଛି ଲୋକେ କାମ କରୁଥିବା ଆଉ କିଛି ଲୋକେ ବୟାନବାଜୀ କରୁଥିବା କହିଛନ୍ତି।

{"id":681337,"width":840,"height":522,"sizeSlug":"full","linkDestination":"none"}

ଏଥିରେ ବୟାନ ବାହଦୂରଜୀଙ୍କ ଚିଠି ମୋ ନଜରକୁ ଆସିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ବୟାନ ବାହାଦୂର ସ୍କୁଲକୁ କବାଡି ଖାନା ସହ ତୁଳନା କରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି। ଯେଉଁଥିରେ ଦେଶର ୮୦ ପ୍ରତିଶତରୁ ଅଧିକ ସ୍କୁଲଙ୍କ ଅବସ୍ଥା କବାଡି ଖାନାରୁ ବି ଖରାପ ବୋଲି ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ମଙ୍ଗଳବାର କେଜରିୱାଲ କହିଥିଲେ ଯେ ୧୪,୫୦୦ ସ୍କୁଲଙ୍କୁ ଆଧୁନିକ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ସମୁଦ୍ରରେ ବୁନ୍ଦେ ସଦୃଷ।

କେଜରିୱାଲ ଦେଶର ସମସ୍ତ ୧୦ ଲକ୍ଷ ସରକାରୀ ସ୍କୁଲଙ୍କ ଉନ୍ନୟନ ଲାଗି ଯୋଜନା ଆଣିବା ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି। କେଜରିୱାଲ ହିନ୍ଦୀରେ ଲେଖିଥିବା ତାଙ୍କ ପତ୍ରରେ ସାରା ଦେଶରେ ୧୮ କୋଟି ପିଲା ସରକାରୀ ସ୍କୁଲକୁ ପଢିବାକୁ ଯାଉଥିବା ଉଲ୍ଲେଖ କରିଛନ୍ତି। ୮୦ ପ୍ରତିଶତରୁ ଅଧିକ ସରକାରୀ ସ୍କୁଲ ଅବସ୍ଥା ଅତ୍ୟନ୍ତ ସୋଚନୀୟ। ଏଥିରେ ପ୍ରଧାନମନ୍ତ୍ରୀ ମାତ୍ର ୧୪, ୫୦୦ ସ୍କୁଲକୁ ଅପଗ୍ରେଡ କରିବାକୁ ଘୋଷଣା କରିଛନ୍ତି। ପ୍ରତିବର୍ଷ ଏତିକି ଲେଖାଏଁ ସ୍କୁଲକୁ ଅପଗ୍ରେଡ କଲେ ସୋଚନୀୟ ଅବସ୍ଥାରେ ଥିବା ୮୦ ପ୍ରତିଶତ ସ୍କୁଲ ଉନ୍ନତ ହେବା ଲାଗି ଅନୁନ୍ୟ ଶହେ ବର୍ଷ ଲାଗିଯିବ ବୋଲି କେଜରିୱାଲ କହିଛନ୍ତି। ଏଣୁ କେଜରିୱାଲ ଦେଶର ସବୁ ୧୦ ଲକ୍ଷ ସରକାରୀ ବିଦ୍ୟାଳୟଙ୍କ ଲାଗି ଗୋଟିଏ ଯୋଜନା ଆଣନ୍ତୁ ବୋଲି ଦାବି କରିଛନ୍ତି।  

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସାରା ଦେଶରେ ୧୪,୫୦୦ ସ୍କୁଲକୁ ପିଏମଶ୍ରୀ ଯୋଜନାରେ ବିକାଶ କରିବା ସହ ଉନ୍ନତ କରିବା ପାଇଁ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.