କୁତବ ମୀନାର ପରିସର ଖନନ ଖବର ଗୁଜବ; କେନ୍ଦ୍ର ସଂସ୍କୃତି ମନ୍ତ୍ରୀ
22/05/2022 at 3:57 PM

ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ କୁତବ ମୀନାର ପରିସର ଖନନ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ନେଇ ନିର୍ଦ୍ଦେଶ ଦେଇଥିବା ଖବର ପ୍ରକାଶ ପାଇଥିଲା। ହେଲେ ଏବେ ଏଭଳି ରିପୋର୍ଟକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜିକେ ରେଡ୍ଡୀ। ମନ୍ତ୍ରାଳୟ ପକ୍ଷରୁ ଏଭଳି କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ଶ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି।
ରିପୋର୍ଟ ବିଷୟରେ ସ୍ପଷ୍ଟ କରି ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ASI) ପକ୍ଷରୁ କୁତବ ମୀନାର ପରିସରରେ କୌଣସି ଖନନ କାର୍ଯ୍ୟ ହେବ ନାହିଁ। ଏପର୍ଯ୍ୟନ୍ତ ଏହି ମାମଲାରେ ଆମେ କୌଣସି ନିଷ୍ପତ୍ତି ନେଇ ନାହୁଁ। ଏଭଳି ରିପୋର୍ଟ ସମ୍ପୂର୍ଣ୍ଣ ଭିତ୍ତହୀନ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜିକେ ରେଡ୍ଡୀ କହିଛନ୍ତି।
କିିଛି ସମୟ ପୂର୍ବରୁ କୁତବ ମୀନାର ପରିସରରେ ଖନନ କରିବା ସହ ଆଇକନୋଗ୍ରାଫି କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା ଖବର ପ୍ରକାଶ ପାଇଥିଲା। ଖନନ ପରେ ନିର୍ଦ୍ଧାରିତ ସମୟ ଅନୁସାରେ ଏଏସ୍ଆଇ ତାର ସମସ୍ତ ରିପୋର୍ଟ ସଂସ୍କୃତି ମନ୍ତ୍ରାଳୟକୁ ଦେବାକୁ କୁହାଯାଇଛି ବୋଲି ରିପୋର୍ଟରେ କୁହାଯାଇଥିଲା।
ପ୍ରକାଶିତ ରିପୋର୍ଟ ଅନୁସାରେ, ଏକ ଐତିହାସିକ ରିପୋର୍ଟକୁ ଆଧାର କରି ଶନିବାର(ମେ ୨୧) ସଂସ୍କୃତି ସଚିବ ଗୋବିନ୍ଦ ମହାନ ଅଧିକାରୀମାନଙ୍କ ସହ ମିଶି କୁତବ ମୀନାର ସ୍ଥଳ ଗସ୍ତ କରିଥିଲେ। ୩ ଜଣ ଐତିହାସିକ, ୪ ଜଣ ଏଏସ୍ଆଇଏ ଅଫିସର ଓ ଗବେଷକଙ୍କ ସହ ମିଶି କୁତବ ମୀନାର ପରିସର ଭଲଭାବରେ ନିରୀକ୍ଷଣ କରିବା ପରେ ସଚିବ ଖନନ ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ଖବର ଥିଲା। ସଂସ୍କୃତି ସଚିବ।