ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 18, 2023 IST

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକ । ନୂଆଦିଲ୍ଲୀରେ ପ୍ରଧାମନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବସିବ ମିଟିଂ। ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ପିଏମ । ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବା ପାଇଁ ଜୋର ଦେବେ ପିଏମ ।

ନୂଆଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ଏହି ମିଟିଂ କେନ୍ଦ୍ର ସରକାରଙ୍କ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ବଡ଼ ନଷ୍ପତ୍ତି ନେଇ ପାରନ୍ତି । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳକୁ ୨୦୨୪ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି । ତେଣୁ ବୁଧବାର ହେବାକୁ ଥିବା କ୍ୟାବିନେଟ୍ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।

ରାଷ୍ଟ୍ରୀୟ ଏକତା ଉପରେ ଜୋର୍ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଦେଶକୁ ଏକ ସୂତ୍ରରେ ବାନ୍ଧିବାକୁ ଫୋକସ୍ ଦେଉଛନ୍ତି । ରାଜ୍ୟ-ରାଜ୍ୟ ମଧ୍ୟରେ ସୁ-ସମ୍ପର୍କ ବଢାଇବା ପାଇଁ କାଶୀ-ତାମିଲ ସଂଗଠନ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ କହିଛନ୍ତି କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ରାଜ୍ୟମାନେ ନିଜ ନିଜର ସଂସ୍କୃତି, ସଭ୍ୟତା ଓ ପରମ୍ପରାକୁ ଅନ୍ୟମାନଙ୍କ ସହିତ ସେୟାର କରିବା ସହିତ ଦେଶକୁ ସଂସ୍କୃତିକ ରୂପରେ ଏକତା ସୂତ୍ରରେ ବନ୍ଧି ପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.