ଆଦିବାସୀଙ୍କ କଲ୍ୟାଣ ପାଇଁ ପିଏମ୍ ଜନମନ ଯୋଜନାକୁ ମଞ୍ଜୁରୀ, ୭୫ ଜନଜାତୀୟ ସମୁଦାୟକୁ ୨୪,୧୦୪ କୋଟି ଟଙ୍କା ଭେଟି

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ: ଆଦିବାସୀ ସମୁଦାୟଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଭିଯାନ (ପିଏମ୍ ଜନମନ)କୁ ମଞ୍ଜୁରୀ ପ୍ରଦାନ କରିଛି । ଏହି ମହାଭିଯାନ ଅନେକ ମନ୍ତ୍ରାଳୟର ୧୧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଚାଲିବ ।

କ୍ୟାବିନେଟ୍ ନିଷ୍ପତ୍ତି ଉପରେ ସୂଚନା ଦେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଏହି ଯୋଜନାରେ ମୋଟ ୨୪,୧୦୪ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ କେନ୍ଦ୍ର ସରକାର ୧୫,୩୩୬ କୋଟି ଟଙ୍କା ଓ ରାଜ୍ୟ ସରକାର ନିଜସ୍ୱ ସ୍ରୋତରୁ ୮,୭୬୮ କୋଟି ଟଙ୍କା ଖର୍ଚ୍ଚ କରିବେ ।

ପଢନ୍ତୁ: ମୋଦୀ ସରକାର ଲଞ୍ଚ କରିବେ My BHARAT ପ୍ଲାଟଫର୍ମ, କ୍ୟାବିନେଟ୍‌ରେ ନିଷ୍ପତ୍ତି

ଏହି ଯୋଜନା ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଖୁଣ୍ଟିରେ ଜନଜାତି ଗୌରବ ଦିବସରେ ଘୋଷଣା କରିଥିଲେ । ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ସିଦ୍ଧାନ୍ତରେ କେନ୍ଦ୍ର ସରକାର ଜନଜାତି ସମୁଦାୟର କଲ୍ୟାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ।  

ଏହି ଯୋଜନା ୧୮ ରାଜ୍ୟରେ ଆଦିବାସୀଙ୍କ ଏକ ବଡ଼ ବର୍ଗ ପାଇଁ ବରଦାନ ପାଲଟିବ । ଏହି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହରେ ୭୫ ସମୁଦାୟକୁ ପିଭିଟିଜି ରୂପେ ଚିହ୍ନଟ କରାଯାଇଛି । ଏହି ସମୁଦାୟ ସାମାଜିକ-ଆର୍ଥିକ ଓ ଶୈକ୍ଷଣିକ ଦୃଷ୍ଟିରୁ ସଙ୍କଟର ସାମନା କରୁଛନ୍ତି ।

Also Read: ମୋଦୀ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି: ଗାଁ ଗାଁରେ ଡ୍ରୋନ୍‌ ଉଡ଼ାଇବେ ଦିଦି, ଖର୍ଚ୍ଚ ହେବ ୧୨୬୧ କୋଟି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.