Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ୟୁନିୟନ ବଜେଟ୍ ୨୦୨୩; ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା

1/02/2023 at 12:45 PM

ନୂଆଦିଲ୍ଲୀ: ୟୁନିୟନ ବଜେଟ୍ ୨୦୨୩ । ପୂର୍ଣ୍ଣାଙ୍କ ବଜେଟ୍ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସାଧାରଣ ନିର୍ବାଚନ ପରେ ଏହା ମୋଦି ସରକାରଙ୍କ ଶେଷ ବଜେଟ୍ ।

ବଜେଟରେ କ’ଣ ଶସ୍ତା ହେଲା:

ଟିଭି ଉପକରଣ ଉପରେ ୨.୫ ପ୍ରତିଶତ ଟିକସ ହ୍ରାସ । କ୍ୟାମେରା ଲେନ୍ସ ଶସ୍ତା । ଶସ୍ତା ହେଲା ସ୍ବଦେଶ ମୋବାଇଲ୍ ଓ ଇଲେକ୍ଟ୍ରିକ୍ ଯାନ। ସାଇକେଲ୍ ଛୋଟ ପିଲାଙ୍କ ଖେଳନା ଶସ୍ତା ହୋଇଛି। ଲୁହା ଉପରେ ରିହାତି ଜାରି ରହିବ । ଲିଥିୟମ ଆୟନ ଆମଦାନୀ ଉପରେ ସୀମା ଶୁଳ୍କ କମିଲା । କିଚେନ ଚିମିନି ଉପରେ ୧୫ ପ୍ରତିଶତ ଟିକସ ହ୍ରାସ ପାଇଛି । ଅଶୋଧିତ ଗ୍ଳିସେରିନ୍ ଉପରେ ୨.୫%କୁ ଟିକସ ହ୍ରାସ । ଲ୍ୟାବ ପ୍ରସ୍ତୁତ ହୀରାର ବର୍ହି ଟିକସ ହ୍ରାସ ହୋଇଛି । ଘରୋଇ ଉଦ୍ୟୋଗ ପ୍ରସ୍ତୁତ ଚିଙ୍ଗୁଡି, ଡିଏସଏଲଆର କ୍ୟାମେରା, ମଞ୍ଜି ଆଦି ଶସ୍ତା ହେବ । ସେହିିପରି ମୋବାଇଲ୍ ଚାର୍ଜର, ହେଙ୍ଗୁ, ମସଲା, ସୁଇଟ୍ସ, କୋକୋଆ ବିନ୍ସ, ମିଥାଇଲ୍ ଆଲକୋହଲ ଆଦି ସାମଗ୍ରୀର ଦର କମିବ ।

ବଜେଟରେ କ’ଣ ମହଙ୍ଗା:

ସୁନା, ରୁପା ଓ ପ୍ଲାଟିନମ ସାମଗ୍ରୀ ଉପରେ ଟିକସ ବୃଦ୍ଧି । ରୁପା ପଥରରେ ବି ଶୁଳ୍କ ବୃଦ୍ଧି । ସିଗାରେଟ୍ ଉପରେ ୧୬% ଅଧିକ କର ଲାଗିବ । ବିଦେଶରୁ ଆମଦାନୀ ଦରଜା ଉପକରଣ ମହଙ୍ଗା ହୋଇଛି । ବିଦେଶରୁ ଆସୁଥିବା ଚାନ୍ଦି ମହଙ୍ଗା ହେବ । କପଡା ସାମଗ୍ରୀ ମହଙ୍ଗା ହେବ । ଲାପଟପ୍, କମ୍ପାଉଣ୍ଡେଣ୍ଡ ରବର, ବିଦ୍ୟୁଚାଳିତ ଚିମିନୀ, ହେଡ୍ ଫୋନ୍, ଇୟର ଫୋନ୍, ସୋଲାର ଉପକରଣ, ଏକ୍ସ-ରେ ମେସିନ, ଇଲୋକ୍ଟ୍ରୋନିକ୍ ଖେଳଣା, ସ୍ମାର୍ଟ ମିଟର ଆଦି ମହଙ୍ଗା ହେବ ।   

   Related Posts