ଉତ୍ତରାଧିକାରୀ ବାଛିବା, ଛାଡ଼ପତ୍ର ନେବା ଏବଂ ପୋଷ୍ୟ ସନ୍ତାନ ନିୟମ ସବୁ ଧର୍ମ ପାଇଁ ସମାନ ହେଉ: ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଜବାବ

Published By : Prameya-News7 Bureau | October 18, 2022 IST

ନୂଆଦିଲ୍ଳୀ ୧୮/୧୦: ସୁପ୍ରିମକୋର୍ଟରେ ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟଙ୍କ ଭିନ୍ନ ଭିନ୍ନ ତିନି ଆବେଦନ ଉପରେ ଜବାବ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଏହି ଆବେଦନ କରିଥିଲେ ଅଶ୍ୱିନୀ ଉପାଧ୍ୟାୟ । ଅଶ୍ୱିନୀ ଉପାଧ୍ୟାୟ ଆବେଦନରେ ଦାବି କରିଥିଲେ ଯେ, ଉତ୍ତରାଧିକାରୀ ବାଛିବା, ଛାଡ଼ପତ୍ର ନେବା ନିୟମ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଭଳି ନିୟମ ସବୁ ଧର୍ମ ପାଇଁ ସମାନ ହେବା ଦରକାର ।

ଏହି ଆବେଦନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତିନି ଭିନ୍ନ ଭିନ୍ନ ଆଫିଡେଭିଟ୍ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି । ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ କେନ୍ଦ୍ର ସରକାର ସମାନ ନାଗରିକ ସଂହିତା ଦାବି କରୁଥିବା ଏହି ତିନି ଜନ ହିତ ଯାଚିକାର ବିରୋଧ କରିଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଯେ କୋର୍ଟ ସଂସଦକୁ ଆଇନ୍ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ଏହା ସରକାରଙ୍କ ନୀତିଗତ ନିର୍ଣ୍ଣୟ ହୋଇଥାଏ।

କେନ୍ଦ୍ର ସରକାର କହିଛନ୍ତି ଯେ, ସମ୍ବିଧାନରେ ଦିଆଯାଇଥିବା ନୀତି ନିର୍ଦ୍ଦେଶ ସିଦ୍ଧାନ୍ତ କୌଣସି ରାଜ୍ୟର ସବୁ ନାଗରିକଙ୍କୁ ସମାନ ଆଇନଗତ ଅଧିକାର ପାଇଁ ବାଧ୍ୟ କରିଥାଏ । ଏହାସହ ସମ୍ବିଧାନର ଅନୁଚ୍ଛେଦ ୪୪ ଭାରତର ଧର୍ମନିରପେକ୍ଷ ଢ଼ାଞ୍ଚାକୁ ମଜବୁତ କରିବା ପାଇଁ କହିଥାଏ । ଆଉ ଏମିତିରେ ଭିନ୍ନ-ଭିନ୍ନ ଧର୍ମର ବ୍ୟକ୍ତିଗତ ଆଇନ୍ ଭାରତର ଲୋକ ନିଜ ଅଧିକାରର ପ୍ରୟୋଗ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.