ଉତ୍ତରାଖଣ୍ଡରେ ଖୁବ୍ ଶୀଘ୍ର ୟୁନିଫର୍ମ ସିଭିଲ୍ କୋଡ୍; ପ୍ରଥମ ରାଜ୍ୟ ହେବ ଦେବଭୂମି

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ:  ଉତ୍ତରାଖଣ୍ଡରେ ଲାଗୁ ହେବ ୟୁନିଫର୍ମ ସିଭିଲ୍ କୋଡ୍ । ଆସନ୍ତା ସପ୍ତାହରୁ ସମାନ ନାଗରିକ ସହିଂତା ଲାଗୁ କରିବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାରେ ଦେବଭୂମି ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଥିବା ସୂତ୍ରରୁ ପ୍ରକାଶ ପାଇଛି ।  

ଇଣ୍ଡିଆ ଟୁଡେ ରିପୋର୍ଟ ମୁତାବକ, ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ୍  ରଞ୍ଜନା ଦେଶାଇଙ୍କ ନେତୃତ୍ବରେ  ଗଠିତ କମିଟି ଅଗାମୀ କିଛି ଦିନ ଭିତରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ରିପୋର୍ଟ ଦେଇ ପାରନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଦୀପାବଳିର ପରବର୍ତ୍ତୀ ସପ୍ତାହରେ ଉତ୍ତରାଖଣ୍ଡ ବିଧାନସଭାରେ ଏକ ସ୍ବତନ୍ତ୍ର ଅଧିବେଶନ ବସିବ । ଏଥିରେ ସମାନ ନାଗରିକ ସଂହିତା ବିଧେୟକ ପାରିତ କରାଯିବ । ଯେଉଁଥିରେ ୟୁସିସିକୁ ଆଇନର ମାନ୍ୟତା ଦିଆଯିବ ବୋଲି କୁହାଯାଉଛି ।

wp:embed {"url":"https://www.prameyanews7.com/macron-urges-israel-to-stop-killing-gazas-women-and-children/","type":"wp-embed","providerNameSlug":"prameya-news-7"}
https://www.prameyanews7.com/macron-urges-israel-to-stop-killing-gazas-women-and-children/
/wp:embed

ଚଳିତ ବର୍ଷ ଜୁନ୍ ମାସରେ ସମାନ ନାଗରିକ ସଂହିତା ମାସଲାରେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନ ପ୍ରକାଶ ଦେଶାଇ କହିଛନ୍ତି, ଆସନ୍ତା ସପ୍ତାହରେ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ୍ କୋଡ୍ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ସେହିପରି ୨୦୨୪ ସାଧାରଣ ନିର୍ବାଚନ ପରେ ଗୁଜରାଟରେ ମଧ୍ୟ ସାମାନ ନାଗରିକ ସଂହିତା ଲାଗୁହେବା  ନେଇ ସୂତ୍ରରୁ ପ୍ରକାଶ ପାଇଛି । ଏହା ଦେଶର ଦ୍ବିତୀୟ ରାଜ୍ୟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.