ସଂଘ ମୁଖ୍ୟାଳୟକୁ ବ୍ଲାଷ୍ଟ୍ କରି ଉଡ଼ାଇ ଦେବାକୁ ଧମକ୍, ସୁରକ୍ଷା ବ୍ୟବସ୍ଥା ବଢ଼ାଇଲା ନାଗପୁର ପୋଲିସ୍

Published By : Prameya-News7 Bureau | December 31, 2022 IST

ନାଗପୁର: ଆରଏସଏସ ମୁଖ୍ୟାଳୟକୁ ବ୍ଲାଷ୍ଟ କରି ଉଡ଼ାଇ ଦେବାକୁ ଧମକ । ଏକ ଅଜଣା ନମ୍ବରରୁ କଲ୍ କରି ଧମକ ମିଳିଥିବା ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ନାଗପୁର ଆରଏସଏସ ଅଫିସକୁ ବମ୍ ପକାଇ ଧ୍ବଂସ କରିଦେବାକୁ ଦୁର୍ବୃତ୍ତ ଧମକ ଦେଇଛନ୍ତି ।  

ପୋଲିସ ସୂଚନା ଅନୁଯାୟୀ, ଶନିବାର ଏକ ଅଜଣା ମୋବାଇଲ୍ ନମ୍ବରରୁ ଧମକ ଭରା କଲ୍ ଆସିଛି । ଦୁର୍ବୃତ୍ତ ମାନେ ନାଗପୁର ଆରଏସଏସ ମୁଖ୍ୟାଳୟ ଉପରେ ବମ୍ ପକାଇ ଦେବେ ବୋଲି କହିଥିଲେ । ଏହି ଧମକ ପରେ ସତର୍କ ହୋଇଛି ପୋଲିସ । ସଂଘ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଅଫିସ୍ ପରିସରରେ ୧ ପ୍ଲାଟୁନ୍ ସିଆରପିଏଫ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ଉପରେ ପୋଲିସ ନଜର ରଖିଛି ।

ଆରଏସଏସ ଅଫିସକୁ ଉଡ଼ାଇ ଦେବା ନେଇ ନାଗପୁର ପୋଲିସ କଣ୍ଟ୍ରୋଲ୍ ରୁମକୁ କଲ୍ ଆସିଥିଲା । ଧମକ ମିଳିବା ପରେ ମୁଖ୍ୟାଳୟ ଥିବା ଏରିଆର ବିଭିନ୍ନ ଛକମାନଙ୍କରେ ଯାଞ୍ଚ କଡ଼ାକଡ଼ି କରାଯାଉଛି । ପୋଲିସ ତଦନ୍ତ ଚଳାଇ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରୁଛି । ଏହା ପୂର୍ବରୁ ଶୁକ୍ରବାର ମୁମ୍ବାଇର ମାଉଣ୍ଟ ମେରୀ ଚର୍ଚ୍ଚ ଉପରେ ହମଲା ନେଇ ଫୋନ୍ କଲ୍ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.