ଉଦଳା ୨୨।୧୧: ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଲୁଣ ଦେଇ ପୋତିଦେଲେ । ଘଟଣାକୁ ଲୁଚାଇବା ପାଇଁ ମୃତଦେହ ପୋତିବା ପରେ ତା ଉପରେ ଗଛ ଡାଳ ପକାଇବା ସହିତ ଏକ ଗୋରୁ ହାଡ଼ ପକାଇ ଦେଲେ ଦୁର୍ବୃତ୍ତ । ଆଉ ଘଟଣାର ଖୋଳତାଡ଼ ପରେ ସାମ୍ନାକୁ ଆସିଛି ବୀଭତ୍ସ ହତ୍ୟାକାଣ୍ଡର ଚିତ୍ର । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସମିବୃକ୍ଷ ନିକଟ ବିଲରେ ।
ସୂଚନାଯୋଗ୍ୟ ଯେ, ବୁଧବାର ବିଲ ନିକଟରେ ଏକ ସ୍ଥାନରେ ଗଛ ଡାଳ ଭଙ୍ଗା ଯାଇ ରଖା ଯାଇଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହା ସହିତ ଡାଳ ନିକଟରେ ଏକ ମୃତ ଗୋରୁ ଖପୁରୀ ରଖା ଯାଇଥିବା ଦେଖି ଡାଳ ଉଠାଇ ମାଟି ଖୋଲିଥିଲେ । ଦୁଇ ଫୁଟ ଖୋଲିବା ପରେ ଏକ ମୃତଦେହ ପୋତା ଯାଇଥିବା ଦେଖିବାକୁ ମିଳିଥିଲା । ମୃତକର ହାତରେ ଏକ ଟାଟୁ ରହିଥିବା ବେଳେ ହାତରେ ବ୍ରେସଲେଟ୍ ବି ରହିଛି । ହେଲେ ମୃତକ କିଏ ତାହାର ପରିଚୟ ମିଳିପାରିନାହିଁ । ମୃତକ ଦେହରେ ଲୁଣ ପକା ଯାଇଥିବା ବେଳେ ଦିନକ କିମ୍ବା ୨ ଦିନ ପୂର୍ବରୁ ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବାକୁ ବିଧିବଦ୍ଧ ଭାବେ ଚେଷ୍ଟା କରାଯାଇଛି । କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read :
wp:embed {"url":"https://www.prameyanews7.com/old-woman-died-after-being-attacked-by-a-bull-in-bhadrak/","type":"wp-embed","providerNameSlug":"prameya-news-7"}