ବେଶରମ ରଙ୍ଗ୍ ଗୀତରେ ଅସନ୍ତୋଷ ପ୍ରକାଶ କଲେ ମନ୍ତ୍ରୀ: ସଂଶୋଧନ ନ କଲେ ଶାହରୁଖ୍‌ଙ୍କ ଫିଲ୍ମ ପଠାନ୍‌କୁ ବ୍ୟାନ୍ କରିବାକୁ ଚେତାବନୀ

Published By : Prameya-News7 Bureau | December 14, 2022 IST

ଭୋପାଳ: ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ରିଲିଜ୍ ହେବା ପୂର୍ବରୁ ବିବାଦ ଆରମ୍ଭ ହୋଇଗଲାଣି। ଫିଲ୍ମର ଗୋଟିଏ ଗୀତ ‘ବେଶରମ ରଙ୍ଗ’କୁ ନେଇ ବିବାଦ ଛିଡ଼ା ହୋଇଛି। ଏହି ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷାକ ପିନ୍ଧିବା ଶୈଳୀକୁ ନେଇ ଆପତ୍ତି ଉଠାଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା। ଏମିତିକି ଫିଲ୍ମ ମଧ୍ୟପ୍ରଦେଶରେ ବ୍ୟାନ୍ ହୋଇପାରେ ବୋଲି ସେ ପରୋକ୍ଷରେ ଚେତାବନୀ ବି ଦେଇଛନ୍ତି।  

ଶାହରୁଖ ଖାନ୍‌ଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ ପଠାନ ୨୦୨୩ରେ ମୁକ୍ତିଲଭା କରିବାକୁ ଥିବା ବେଳେ ଏହାର ଏକ ଗୀତ ବେଶରମ ରଙ୍ଗକୁ ରିଲିଜ୍ କରାଯାଇଛି। ଫ୍ୟାନ୍‌ମାନେ ଏହି ଗୀତକୁ ଖୁବ୍ ପ୍ରଶଂସା କରିବା ସହିତ ଶାହାରୁଖ ଓ ଦୀପିକାଙ୍କ ଅନ୍‌ସ୍କ୍ରିନ ରୋମାନ୍ସକୁ ତାରିଫ ମଧ୍ୟ କରିଛନ୍ତି। ହେଲେ ବିଜେପି ମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଏହା ଆପତ୍ତିଜନକ ଲାଗିଛି।

wp:html /wp:html

ଏନେଇ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ ଗୀତରେ କଳାକାରଙ୍କ ବେଶଭୂଷା ଓ ପ୍ରଥମ ଦୃଶ୍ୟ ବହୁତ ଆପତ୍ତିଜନକ। ଦୂଷିତ ମାନସିକତାକୁ କାରଣରୁ ଏହାକୁ ଶୁଟ୍ କରାଯାଇଛି। ଏମିତିରେ ଦୀପିକା ପାଦୁକୋନ ଟୁକଡେ ଟୁକଡେ ଗ୍ୟାଙ୍ଗଙ୍କର ସମର୍ଥକ ରହିଛନ୍ତି। ତେଣୁ ଏଥିପାଇଁ ମୁଁ ନିବେଦନ କରୁଛି ଯେ ଏହାର ଦୃଶ୍ୟକୁ ସଂଶୋଧନ କରନ୍ତୁ। ଅନ୍ୟଥା ଫିଲ୍ମଟି ମଧ୍ୟପ୍ରଦେଶରେ ରିଲିଜ୍‌ ହେବ କି ନାହିଁ ତାହା ବିଚାର କରାଯିବ।”    

ତେବେ ଫିଲ୍ମରେ ଦୀପିକା ଗେରୁଆ ବସ୍ତ୍ର ପିନ୍ଧି ଏଭଳି ଶୁଟ୍ କରିଥିବାରୁ ମନ୍ତ୍ରୀଙ୍କର ଅଧିକ ଆପତ୍ତି ରହିଛି ବୋଲି କୁହାଯାଇଛି। ସେପଟେ ଅଖିଳଭାରତୀୟ ହିନ୍ଦୁ ମହାସଭାର ଜାତୀୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣୀ ମହାରାଜ ମଧ୍ୟ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ହିନ୍ଦୀରେ ଟ୍ୱିଟ୍ କରି ଲେଖିଛନ୍ତି “ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ପଠାନ୍‌ରେ ଗେରୁଆ ଓ ହିନ୍ଦୁ ସଂସ୍କୃତିକୁ ଅପମାନ କରାଯାଇଛି। ଫିଲ୍ମ ସେନ୍‌ସର ବୋର୍ଡ କାହିଁକି ଶୋଇ ପଡ଼ୁଛି ? ପ୍ରତିବନ୍ଧ ଲଗାନ୍ତୁ। ହିନ୍ଦୁ ମହାସଭା ଏହାର ବିରୋଧ କରିବ।”

wp:html /wp:html

ସୂଚନା ଥାଉକି ଶାହାରୁଖ ଖାନ୍‌ଙ୍କ ଫିଲ୍ମ ପଠାନ୍‌ର ପ୍ରଥମ ଗୀତ ‘ବେଶରମ ରଙ୍ଗ’କୁ ଡିସେମ୍ବର ୪ ତାରିଖରେ ରିଲିଜ୍ କରାଯାଇଛି। ଗୀତକୁ ସ୍ପେନ୍‌ରେ ଶୁଟିଂ କରାଯାଇଛି। ଫିଲ୍ମରେ ଶାହାରୁଖ ଖାନ, ଦୀପିକା ପାଦୁକୋନ ଓ ଜନଆବ୍ରାହାମଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ୟୁସ୍‌ରାଜ ଫିଲ୍ମ ବ୍ୟାନ୍‌ରେ ନିର୍ମିତ ହୋଇଥିବା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ୨୦୨୩ ଜାନୁଆରୀ ୨୫ ତାରିଖରେ ଏହା ମୁକ୍ତିଲାଭ କରିବ। ଫିଲ୍ମଟି ତାମିଲ୍, ତେଲଗୁ ଭାଷାରେ ବି ଡବିଂ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.