ଅସନ୍ତୁଷ୍ଟ ଥିଲା ଟେସ୍ଲା ଗ୍ରାହକ, ୩୦ କିଲୋ ଡିନାମାଇଟ୍‌ରେ ଉଡାଇ ଦେଲେ ୭୫ଲକ୍ଷର କାର୍

Published By : Prameya-News7 Bureau | December 20, 2021 IST

ନୂଆଦିଲ୍ଲୀ ୨୦।୧୨  : ଫିନଲ୍ୟାଣ୍ଡରେ ବର୍ତ୍ତମାନ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯେଉଁଥିପାଇଁ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଟେସଲା ମଡେଲ୍ ଏସ୍ ସେଡାନ୍ କାର୍ ମାଲିକ ୩୦ କିଲୋଗ୍ରାମ ଡିନାମାଇଟ୍ ସହିତ ନିଜର ଦାମୀ ଇଲେକ୍ଟ୍ରିକ୍ ସେଡାନ୍ କାରକୁ ଉଡ଼ାଇଛନ୍ତି । ସେ ସମଗ୍ର ଦୁନିଆର ଦୃଷ୍ଟି ଆକର୍ଷଣ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଟେସଲା କାର ମାଲିକଙ୍କ ଅସନ୍ତୋଷ ପ୍ରକାଶ ହୋଇ ନିଜ କାରକୁ ଉଡ଼ାଇବାର ଏକ ମାମଲା ସାମ୍ନାକୁ ଆସିଛି। ଇନୋଭେସନ୍‌ ଏବଂ ନୂଆ ଟେକନ୍ନୋଲୋଜି ଦୃଷ୍ଟିରୁ ଟେସଲା କାରକୁ ଦୁନିଆକୁ ଆପଲ୍‌ କୁହାଯାଇପାରେ ।

୨୦୧୩ ଟେସଲା ମଡେଲ୍ ଏସ୍- ଇଲେକ୍ଟ୍ରିକ୍ ସେଡାନ୍‌ ମାଲିକ ଟୁମାସ୍ କାଟେନେନ୍ ଇଲେକ୍ଟ୍ରିକ୍ ଗାଡି କମ୍ପାନୀର ସେବାରେ ଉପରେ ଅସନ୍ତୋଷ ହେବା ପରେ ତାଙ୍କ କାରକୁ ଉଡ଼ାଇ ଦେଇଛନ୍ତି। ତେବେ ବାସ୍ତବରେ, ଟେସଲା ମଡେଲ୍ ଏସ୍ ର ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟରରେ ଦେଖାଯାଉଥିବା ଏକାଧିକ ଏରର କୋଡରେ ତ୍ରୁଟି ଥିଲା । ଯାହା ପରେ ସେଡାନକୁ ଟେସଲା ସେବା କେନ୍ଦ୍ରକୁ ନିଆଯାଇଥିଲା । ଏକ ମାସ ଅପେକ୍ଷା କରିବା ପରେ କାରର ମାଲିକ ଇଭି କମ୍ପାନୀ ତରଫରୁ ସୂଚନା ପାଇଲେ ଯେ ସମଗ୍ର ବ୍ୟାଟେରୀ ପ୍ୟାକ୍‌କୁ ନବଦଳାଇଲେ ସେଡାନ ମରାମତି ହୋଇପାରିବ ନାହିଁ । ଯାହାର ମୂଲ୍ୟ ୨୨,୪୮୦ ଡଲାର ଅର୍ଥାତ୍‌ ୧୭ ଲକ୍ଷ ୮ହଜାର ୭୮୩ ଟଙ୍କା ହେବ।

ହେଲେ ଏହି କାରଟି ପ୍ରାୟତଃ ଆଠ ବର୍ଷ ପୁରୁଣା ଥିଲା, ତେଣୁ ଏହାର ବ୍ୟାଟେରୀ ପାଇଁ କମ୍ପାନୀ ତରଫରୁ କୌଣସି ପ୍ରକାରର ୱାରେଣ୍ଟି ନଥିଲା । ଏଥି ପାଇଁ ସେ  ଦୁଃଖିତ ହୋଇ ଟେସଲା କାରର ମାଲିକ ୩୦ କିଲୋଗ୍ରାମ ଡିନାମାଇଟ୍ ଲଗାଇ ନିଜ କାରକୁ ଉଡ଼ାଇ ଦେଇଥିଲେ। କାର ମାଲିକ ଏହାକୁ ବିସ୍ଫୋରଣ କରିବା ପୂର୍ବରୁ ଟେସଲା ସିଇଓ ଏଲୋନ୍ ମସ୍କଙ୍କ ଏକ ଡମିକୁ ମଧ୍ୟ କାର ଭିତରେ ରଖିଥିଲେ । କାରର କିଛି ଅଂଶ ବିସ୍ଫୋରଣରୁ ବଞ୍ଚି ଯାଇଥିଲା । କିନ୍ତୁ ଏହି ବିସ୍ଫୋରଣ ନେଇ ମାଲିକ ସନ୍ତୁଷ୍ଟ ନଜର ଆସିଥିଲେ। ଏହା ସହ ସେ କହିଛନ୍ତି ସେ ବୋଧହୁଏ ଦୁନିଆର ପ୍ରଥମ ବ୍ୟକ୍ତି ଅଟନ୍ତି । ଯିଏ ଟେସଲା କାର ବିସ୍ଫୋରଣ କରିଛନ୍ତି । ଅନ୍ୟପଟେ ଏହି ଇଲେକ୍ଟ୍ରିକ୍‌ କାର ୨୦୨୨ ରେ ଭାରତରେ ଲଞ୍ଚ କରାଯାଇପାରେ। ଭାରତରେ ଟେସଲା ମଡେଲ ଏସ୍‌ର ଆନୁମାନିକ ମୂଲ୍ୟ ୧.୫୦ କୋଟି ଟଙ୍କା ହୋଇପାରେ। ଯଦିଓ ଆମେରିକାରେ ଏହି କାରର ମୂଲ୍ୟ ୯୯,୪୯୦ ଡଲାର ଅଟେ, ଯାହାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.