ଗୁଜରାଟ ଅହମ୍ମଦାବାଦରେ ଅଭାବନୀୟ ଘଟଣା ; ବିଷ ପିଇ ଜୀବନ ହାରିଲେ ପରିବାରର ୫ ସଦସ୍ୟ

Published By : Prameya-News7 Bureau | July 20, 2025 IST

ନୂଆଦିଲ୍ଲୀ ୨୦।୦୭; ଗୁଜୁରାଟର ଅହମ୍ମଦାବାଦର ବଗୋଦରା ଗାଁରେ ଅଘଟଣ। ବିଷ ପିଇ ଜୀବନ ହାରିଲେ ପରିବାରର ୫ ଜଣ। ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତ ପରିବାର ମୂଳତଃ ଢୋଲକାର ବାସିନ୍ଦା ସେମାନେ ବଗୋଦରା ଗାଁରେ ଏକ ଭଡା ଘରେ ରହୁଥିଲେ। ପରିବାରରେ ସ୍ୱାମୀ-ସ୍ତ୍ରୀ, ଦୁଇ ଝିଅ ଏବଂ ଗୋଟିଏ ପୁଅ ଥିଲେ। 

ଏନେଇ ପୋଲିସ ରବିବାର କହିଛି ଯେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ବିଷାକ୍ତ ଜିନିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ବିପୁଲ କାଞ୍ଜି ଭାଘେଲା (୩୪), ତାଙ୍କ ସ୍ତ୍ରୀ ସୋନାଲ (୨୬), ସେମାନଙ୍କର ଦୁଇ ଝିଅ (୧୧ ଏବଂ ୦୫ ବର୍ଷ) ଏବଂ ଗୋଟିଏ ପୁଅ (୮) ବୋଲି ଚିହ୍ନଟ କରାଯାଇଛି। ଅଧିକାରୀମାନେ ଆହୁରି କହିଛନ୍ତି ଯେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ। ବିପୁଲ ଜଣେ ରିକ୍ସା ଚାଳକ ଥିଲେ। ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଏହି ପରିବାର ମୂଳତଃ ଢୋଲକାର ବାସିନ୍ଦା ଥିଲେ। କିନ୍ତୁ ବର୍ତ୍ତମାନ ବାଗୋଦ୍ରା ଗାଁରେ ଏକ ଭଡା ଘରେ ରହୁଛନ୍ତି। ପରିବାର କାହିଁକି ଆତ୍ମହତ୍ୟାର ପଦକ୍ଷେପ ନେଇଥିଲେ। ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପାଞ୍ଚ ଜଣ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ତଥାପି, ପ୍ରାରମ୍ଭିକ ତଦନ୍ତରେ ଏହା ସାମ୍ନାକୁ ଆସୁଛି ଯେ ପରିବାର ଆର୍ଥିକ ସଙ୍କଟ ସହିତ ସଂଘର୍ଷ କରୁଥିଲା। ପରିବାର ସଦସ୍ୟଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଦୁଇ ଦିନ ଧରି ବନ୍ଦ ଥିଲା। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.