Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭଞ୍ଜକଳା ମଣ୍ଡପରେ ଅଭାବନୀୟ ଘଟଣା, ନୃତ୍ୟ ମଞ୍ଚରେ ଟଳି ପଡ଼ିଲେ ନୃତ୍ୟଗୁରୁ

9/06/2023 at 11:32 PM

ଭୁବନେଶ୍ଵର: ଭୁବନେଶ୍ଵର ଭଞ୍ଜକଳା ମଣ୍ଡପରେ ଅଭାବନୀୟ ଘଟଣା। ମଞ୍ଚରେ ଟଳିପଡ଼ିଲେ ଭାରତନାଟ୍ୟମ ନୃତ୍ୟଗୁରୁ। ଶୁକ୍ରବାର ସନ୍ଧ୍ୟାରେ ଏପରି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି।   ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ଶୁକ୍ରବାର ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିଲା। ମଞ୍ଚରେ ପ୍ରଦୀପ ପ୍ରଜ୍ଜ୍ଵଳନ ସମୟରେ ଟଳି ପଡ଼ିଲେ ମାଲେସିଆର ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନ।

କାର୍ଯ୍ୟକ୍ରମରେ ରାଜ୍ୟ ସମେତ ରାଜ୍ୟ ବାହାରୁ ବହୁ ବିଶିଷ୍ଟ ନୃତ୍ୟ ଗୁରୁ ଯୋଗଦେଇଥିଲେ। ଅନେକ ବିଦେଶୀ ନୃତ୍ୟଶିଲ୍ପୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ। ଶୁକ୍ରବାର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ‌ଥିଲା। ତେବେ ପ୍ରଥମ ପର୍ଯ୍ୟାୟରେ ମାଲେସିଆରୁ ଆସିଥିବା ଭାରତ ନାଟ୍ୟମ୍‌ ନୃତ୍ୟ ଗୁରୁ ଶ୍ରୀଗଣେଶନ ନୃତ୍ୟ ପରିବେଷଣ କରୁଥିଲେ। ଦର୍ଶକ ମଧ୍ୟ ମନମୁଗ୍ଧ ହୋଇ ଗୁରୁଙ୍କ ନୃତ୍ୟୁ ଦେଖୁଥିଲେ। ତେବେ କିଛି ସମୟ ପରେ କାର୍ଯ୍ୟକ୍ରମରେ ବିରତି ନିଆଯାଇଥିଲା।

ଦ୍ୱିତୀୟ ପର୍ଯ୍ୟାୟ ନୃତ୍ୟ ପରିବେଷଣ ପାଇଁ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ହୋଇଥିଲା। ତେବେ ଗୁରୁ ଶ୍ରୀଗଣେଶନ ଦୀପ ପ୍ରଜ୍ଜ୍ୱଳନ କରୁଥିବା ବେଳେ ମଞ୍ଚରେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଶ୍ରୀଗଣେଶଙ୍କ ମୃତ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

   Related Posts