ଆଖିରୁ ମସ୍ତିସ୍କ ଯାଏଁ ଯାଉଥିବା ନୂଆ ସଂକେତ ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ

Published By : Prameya-News7 Bureau | May 03, 2020 IST

ନୂଆଦିଲ୍ଲୀ ୦୩/୦୫ : ମଣିଷ ଶରୀର ଏତେ ଜଟିଳ ଯେ ପ୍ରତିଦିନ ବୈଜ୍ଞାନିକମନେ ନୂଆ ନୂଆ ତଥ୍ୟ ଆବିଷ୍କାର କରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି | ମଣିଷର ଆଖି ଏକ ଗୁରୁତ୍ୱପୂର୍ଣ ଅଙ୍ଗ ହୋଇଥିବାବେଳେ ଏହି ଆଖିର କାର୍ଯ୍ୟ ଏବେ ବୈଜ୍ଞାନିକଙ୍କୁ ଆହୁରି ବିସ୍ମିତ କରିଛି |ଏବେ ସୁଦ୍ଧା ବୈଜ୍ଞାନିକ ଭାବୁଥିଲେ ଯେ ଆଖି ଏବଂ ମସ୍ତିସ୍କ ମଧ୍ୟରେ ସଞ୍ଚାରର ଗୋଟିଏ ହିଁ ତରିକା ରହିଛି | କିନ୍ତୁ ଏକ ଗବେଷଣାରୁ ମିଳିଥିବା ସୂଚନା ବୈଜ୍ଞାନିକଙ୍କୁ ଚକିତ କରିଦେଇଛି | ଅନୁସନ୍ଧାନରୁ ଜଣାପଡିଛି ଯେ ମଣିଷ ଆଖିର ରେଟିନାର କିଛି ନ୍ୟୂରନ ମସ୍ତିସ୍କ ପର୍ଯ୍ୟନ୍ତ ଅଲଗା ଉପାୟରେ ସଂକେତ ପହଞ୍ଚାଇଥାଏ | ନର୍ଥୱେଷ୍ଟର୍ଣ ୟୁନିଭର୍ସିଟିରେ ହୋଇଥିବା ଏକ ଗବେଷଣାରେ ଜଣାପଡିଛି ଯେ, ରେଟିନାର କିଛି ନ୍ୟୂରନ ମସ୍ତିସ୍କକୁ ପଠାଉଥିବା ଉତ୍ତେଜନାକାରୀ ସଂକେତ ଛଡା ଦମନକାରୀ ସଂକେତ ମଧ୍ୟ ପଠାଇଥାଏ |

ସାଧାରଣତଃ ଆଖି ମସ୍ତିସ୍କକୁ ଉତ୍ତେଜନାକାରୀ ସଂକେତ ପଠାଇଥାଏ | ବୈଜ୍ଞାନିକମନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, ରେଟିନାର ନ୍ୟୂରନର ଆମର ଅବଚେତନ ବ୍ୟବହାରର ମଧ୍ୟ ଭୂମିକା ରହିଛି | ଏହା ମଣିଷର ଶାରୀରିକ ସମୟ ପରିବର୍ତ୍ତନ ଉପରେ ପ୍ରଭାବ ପକାଇଥାଏ ଯାହା ଦିନ ରାତି ଅନୁଯାୟୀ ମଣିଷର ଆଖିର ବ୍ୟବହାର ନିର୍ଣ୍ଣୟ କରିଥାଏ | ଏହି ନ୍ୟୂରନ ତୀକ୍ଷ୍ଣ ଆଲୋକରେ ଆଖିର ଡୋଳା ସଂକୁଚିତ ହେବାରେ ସମନ୍ୱୟ ରକ୍ଷା କରିଥାଏ | 

{"id":264029,"width":582,"height":327,"sizeSlug":"large"}

ଏହି ଅନୁସନ୍ଧାନରୁ ବୈଜ୍ଞାନିକମନେ ଆଶା କରିଛନ୍ତି ଯେ, ଆଲୋକ ଦ୍ୱାରା ମଣିଷର ବ୍ୟବହାର ଉପରେ ପଡୁଥିବା ପ୍ରଭାବକୁ ବୁଝି ପାରିବେ | ନର୍ଥୱେଷ୍ଟର୍ନର ମୁଖ୍ୟ ବୈଜ୍ଞାନିକ ଟିଫନି ଶିମିଡ଼ କହିଛନ୍ତି ଯେ, ଏହି ଦମନକାରୀ ସଂକେତକୁ ବଡି କ୍ଲକ କମ ଆଲୋକରେ ପରିବର୍ତ୍ତନ ହୋଇଥାଏ | ଏହା ଆଖିର ଡୋଳାକୁ କମ ଆଲୋକରେ ସଂକୁଚିତ ହେବାରେ ରୋକିଥାଏ | ଉଭୟ ପରିବର୍ତ୍ତନ ମଣିଷର ଦୃଷ୍ଟି କ୍ଷମତା ହିସାବରେ ପରିବର୍ତ୍ତନ ହୋଇଥାଏ |

ଟିଫନି କହିଛନ୍ତି ଯେ, 'ମଣିଷର ଆଖି ଆଲୋକ ପ୍ରତି କାହିଁକି ଏତେ ସମ୍ବେଦନଶୀଳ ଯେତେବେଳେ କି ମଣିଷର ଅବଚେତନ ବ୍ୟବହାର ତୁଳନାତ୍ମକ ଭାବେ ଆଲୋକ ପ୍ରତି ଅସମ୍ବେଦନଶୀଳ |'ଟିଫନି ନର୍ଥୱେଷ୍ଟର୍ନ ୟୁନିଭର୍ସିଟିର ୱେହନବର୍ଗ କଲେଜ ଅଫ ଆର୍ଟ୍ସ ଆଣ୍ଡ ସାଇନ୍ସରରେ ନ୍ୟୁରୋବାୟୋଲୋଜି ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି | ଟିଫନିଙ୍କ ଟିମ ମୂଷା ରେଟିନାର ନ୍ୟୂରନ ଉପରେ ଅଧ୍ୟୟନ କରିଥିଲେ | ସେ ନ୍ୟୂରନର କାର୍ଯ୍ୟ ରୋକି ଦମନକାରୀ ସଂକେତ ଉପରେ ଅଧ୍ୟୟନ କରିଥିଲେ | ସଂକେତ ଅଟକି ରହିବ ସ୍ଥିତିରେ କମ ଆଲୋକ ମୂଷାର ଆନ୍ତରିକ ଘଡିରେ ପରିବର୍ତ୍ତନ କରିବାରେ ସଫଳ ହୋଇଥିଲା | 

{"id":264030,"sizeSlug":"large"}

ଏହାର ଅର୍ଥ ହେଲା ଆଖିକୁ ଏକ ସଂକେତ ଯାଇଥାଏ ଯାହା ଆନ୍ତରିକ ଘଡିରେ ପରିବର୍ତ୍ତନକୁ ରୋକିବାରେ ଭୂମିକା ଗ୍ରହଣ କରିଥାଏ | ବିଶେଷକରି ଯେତେବେଳେ ବାତାବରଣରେ ଆଲୋକ ପ୍ରତ୍ୟାସିତ ଭାବେ ପରିବର୍ତ୍ତନ ହୋଇଥାଏ | ମଣିଷ ଶରୀର ମଧ୍ୟ ଚାହିଁଥାଏ ଯେ ଛୋଟମୋଟ ଆଲୋକ ପରିବର୍ତ୍ତନ ଯୋଗୁଁ ମଣିଷର ଆନ୍ତରିକ ଘଡିରେ ପରିବର୍ତ୍ତନ ନ ହେଉ | ଅନୁସନ୍ଧାନରୁ ଟିମ ଜାଣିବାକୁ ପାଇଥିଲା ଯେ, ଯେତେବେଳେ ଦମନକାରୀ ସଂକେତ ଆଖିକୁ ଯିବାକୁ ରୋକିଥାଏ ସେତେବେଳେ ମୂଷା ଆଖିର ଡୋଳା ଆଲୋକ ପ୍ରତି ଅଧିକ ସମ୍ବେଦନଶୀଳ ରହିଥାଏ |

ବୈଜ୍ଞାନିକ ଜାଣିବାକୁ ପାଇଲେ ଯେ, ଏହି ବ୍ୟବସ୍ଥା ଡୋଳାକୁ କମ ଆଲୋକରେ ସଂକୁଚିତ ହେବାରେ ରୋକିଥାଏ | ଏହାଦ୍ୱାରା ଆଖି ପରଦା ଉପରେ ଅଧିକ ଆଲୋକ ପଡିଥାଏ ଏବଂ ଆମେ କମ ଆଲୋକ ଥିବା ପରିସ୍ଥିତିରେ ଅର୍ଥାତ ଅନ୍ଧାରୁଆ ପରିସ୍ଥିତିରେ ମଧ୍ୟ ଦେଖିପାରିଥାଉ | ସେଥିପାଇଁ ଡୋଳା ସେବେଯାଏଁ ସଂକୁଚିତ ହୋଇନଥାଏ ଯେପର୍ଯ୍ୟନ୍ତ ଆଲୋକ ବହୁତ ତେଜ ହୋଇନଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.