ଫୁଟବଲ୍ ଖେଳ ବେଳେ ଅଘଟଣ; ବିଜୁଳି ମାରିବାରୁ ଜଣେ ମୃତ, ୬ ଆହତ

Published By : Prameya-News7 Bureau | December 13, 2023 IST

ନୂଆଦିଲ୍ଲୀ: ଫୁଟବଲ ପଡ଼ିଆରେ କିଛି ଠିକଠାକ୍ ଚାଲିନାହିଁ । ଖେଳପଡ଼ିଆ ଘଟିଛି ଅଘଟଣ । ଫୁଟବଳ ଖେଳରେ ଖେଳାଳି ମସଗୁଲ୍ ଥିବା ବେଳେ ଆକାଶରୁ ଖସିଛି ମୃତ୍ୟୁ । ଅଚାନକ ବିଜୁଳି ମାରିବାରୁ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ୬ ଖେଳାଳି ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରାଜିଲରେ  ।

wp:embed {"url":"https://www.prameyanews7.com/rinku-singh-hit-broke-the-media-box-glass/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rinku-singh-hit-broke-the-media-box-glass/
/wp:embed

ଦି ସନ୍ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା ବ୍ରାଜିଲ୍ର ସୌଣ୍ଟୋ ଏଣ୍ଟୋନିୟୋ ଦା ପ୍ଲୈଟିନାରେ ଘଟିଛି । ପୋଲିସର ସୂଚନା ଅନୁଯାୟୀ, ବିଜୁଳି ମାରିବାକୁ ମୃତ୍ୟୁ ହୋଇଥିବା ଖେଳାଳି ହେଉଛନ୍ତି ୨୧ ବର୍ଷୀୟ ହେନେରିକ୍ ଡି ଲିମା ଗୋଙ୍ଗାବ୍ଲେସ୍ । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଫୁଟବଲ ଖେଳ ପଡ଼ିଆରେ ଏହି ଅଘଟଣ ଡିସେମ୍ବର ୧୦ ତାରିଖରେ ହୋଇଛି । ହେନରିକ୍‌ଙ୍କୁ ବିଜୁଳି ମାରିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

wp:html /wp:html

ଏହି ଫୁଟବଲ ଖେଳାଳିଙ୍କୁ ବିଜୁଳି ମାରବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଜୁଳି ମାରିବା ସମୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।  ଏଥିରେ ପଡ଼ିଆରେ ପଡ଼ିଯିବାର ଦେଖିବାକୁ ମିଳିଛି । ଦିନ ସନର ରିପୋର୍ଟ ମୁତାବକ ଖେଳ ସମୟରେ ମୁସଳଧାରାରେ ବର୍ଷା ହୋଇଥିଲା । ତେବେ ଆହତ ହୋଇଥିବା ୬ ଖେଳାଳିଙ୍କ ମଧ୍ୟରୁ ୫ଜଣ ଏବେବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.