ପାଞ୍ଚ ବର୍ଷରେ ସର୍ବନିମ୍ନ ସ୍ତରରେ ସହରାଞ୍ଚଳ ବେକାରୀ: NSSO ରିପୋର୍ଟ
29/05/2023 at 11:31 PM

ନୂଆଦିଲ୍ଲୀ, ୨୯/୦୫: ଦେଶରେ ସହରାଞ୍ଚଳରେ କମିଛି ବେକାରୀ । ନାସନାଲ ସାମ୍ପୁଲ ସର୍ଭେ ଅଫିସ୍ (NSSO) ସୋମବାର ଜାରି କରିଥିବା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ନୂଆ ରିପୋର୍ଟ ଅନୁଯାୟୀ ଦେଶର ସହରାଞ୍ଚଳରେ ବେକାରୀ ହାର ଗତ ବର୍ଷର ପ୍ରଥମ ତ୍ରୈମାସିକ ତୁଳନାରେ, ଚଳିତ ବର୍ଷର ପ୍ରଥମ ତ୍ରୈମାସିକରେ କମିଛି। ଯାହାକି ପାଞ୍ଚ ବର୍ଷରେ ସର୍ବନିମ୍ନ ସ୍ତର।
ରିପୋର୍ଟ ଅନୁଯାୟୀ ସହରାଞ୍ଚଳରେ ୧୫ ବର୍ଷ ଏବଂ ତାହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରେ ବେକାରୀ ହାର ଜାନୁଆରୀ-ମାର୍ଚ୍ଚ ୨୦୨୩ରେ ହ୍ରାସ ପାଇଛି। ଗତ ବର୍ଷ ଜାନୁଆରୀ-ମାର୍ଚ୍ଚରେ ବେକାରୀ ହାର ୮.୨ ପ୍ରତିଶତ ଥିଲା ଆଉ ଚଳିତ ବର୍ଷ ଏହା ହ୍ରାସ ପାଇଁ ୬.୮ ପ୍ରତିଶତ ହୋଇଛି।

ଆହୁରି ପଢ଼ନ୍ତୁ: ରିଲିଜ୍ ହେଲା ପ୍ରଥମ କାଶ୍ମୀରୀ-ବଲିଉଡ ଫିଲ୍ମ: ଦେଖିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ
ପୁରୁଷଙ୍କ ମଧ୍ୟରେ କମିଛି ବେକାରୀ ହାର:
ଏନଏସଏସଓର ରିପୋର୍ଟରେ କୁହାଯାଇଛି ଯେ ୨୦୨୩ର ପ୍ରଥମ ତ୍ରୈମାସିକରେ ପୁରୁଷ ବେକାରୀ ହାରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ଗତ ବର୍ଷ ଜାନୁଆରୀ-ମାର୍ଚ୍ଚରେ ହାର ୭.୭ ପ୍ରତିଶତ ଥିଲା। ସେହିଭଳି ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ପ୍ରଥମ ତ୍ରୈମାସିକରେ ପୁରୁଷ ବେକାରୀ ହାର ହ୍ରାସ ପାଇ ୬ ପ୍ରତିଶତ ହୋଇଛି। ଅକ୍ଟୋବର-ଡିସେମ୍ବର ୨୦୨୨ ତଥ୍ୟ ଅନୁଯାୟୀ ୬.୫ ପ୍ରତିଶତ ଏବଂ ଜୁଲାଇ-ସେପ୍ଟେମ୍ବର ୨୦୨୨ରେ ୬.୬ ପ୍ରତିଶତ ଥିଲା। ୨୦୨୨ର ଦ୍ବିତୀୟ ତ୍ରୈମାସିକରେ ସଂଖ୍ୟା ହ୍ରାସ ପାଇଁ ୭.୧ ପ୍ରତିଶତ ହୋଇଥିଲା।

ଆହୁରି ପଢ଼ନ୍ତୁ: ପାଣି ପାଇଁ ମୁହାଁମୁହିଁ ତାଲିବାନ-ଇରାନ, ସୀମାରେ ଉଭୟ ପକ୍ଷରୁ ଚାଲିଲା ଗୁଳି; ମୃତାହତ ନେଇ ସ୍ଥିତି ଅସ୍ପଷ୍ଟ
ମହିଳାଙ୍କ ବେକାରୀ ହାର ମଧ୍ୟ ହ୍ରାସ ପାଇଛି:
ସେହିଭଳି ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ୨୦୨୩ ପ୍ରଥମ ତ୍ରୈମାସିକରେ ସହରାଞ୍ଚଳରେ ମହିଳାଙ୍କ ମଧ୍ୟରେ ବେକାରୀ ଦରରେ ମଧ୍ୟ ହ୍ରାସ ହୋଇଛି। ୨୦୨୨ର ପ୍ରଥମ ତ୍ରୈମାସିକରେ ଯେଉଁଠି ମହିଳାଙ୍କ ସଂଖ୍ୟା ୧୦.୧ ପ୍ରତିଶତ ଥିଶ ତାହା ୨୦୨୩ ତ୍ରୈମାସିକରେ ହ୍ରାସ ପାଇ ୯.୨ ପ୍ରତିଶତ ହୋଇଛି। ୨୦୨୨ର ଅକ୍ଟୋବର-ଡିସେମ୍ବରରେ ସଂଖ୍ୟା ୯.୬ ପ୍ରତିଶତ ଆଉ ଜୁଲାଇ-ସେପ୍ଟେମ୍ବର ୨୦୨୨ରେ ୯.୪ ପ୍ରତିଶତ ଥିଲା। ରିପୋର୍ଟ ଅନୁଯାୟୀ, ଏପ୍ରିଲ-ଜୁନ୍ ୨୦୨୨ରେ ମହିଳାଙ୍କ ବେକାରୀ ୯.୫ ପ୍ରତିଶତ ଥିଲା।