krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବର୍ଷକରେ ସର୍ବନିମ୍ନ ସ୍ତରକୁ ଖସିଲା ବେରୋଜଗାରୀ ହାର: ଦୁର୍ବଳ ମୌସୁମୀ ସତ୍ତ୍ୱେ ବି ଗ୍ରାମାଞ୍ଚଳରେ ବଢ଼ିଲା ନିଯୁକ୍ତି

2/10/2023 at 5:28 PM

unemployement

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ରରେ ଭଲ ପ୍ରଦର୍ଶ କଲା ଭାରତ। ବର୍ଷକରେ ସର୍ବନିମ୍ନ ସ୍ତରକୁ ଖସିଲା ବେରୋଜଗାରୀ ହାର। ଦୁର୍ବଳ ମୌସୁମୀ ସତ୍ତ୍ୱେ ବି ଗ୍ରାମାଞ୍ଚଳରେ ବେକାରୀ ସଂଖ୍ୟାରେ ଦ୍ରୁତ ହ୍ରାସ ପାଇଛି। ସେପ୍ଟେମ୍ବର ମାସରେ ବେରୋଜଗାରୀ ହାର ୭.୦୯ ପ୍ରତିଶତକୁ ଖସି ଆସିଛି।

ଅଗଷ୍ଟ ମାସରେ ବେରୋଜଗାରୀ ହାର ୮.୧୦ ପ୍ରତିଶତ ଥିଲା। ହେଲେ ସେପ୍ଟେମ୍ବରରେ ଏହା ହ୍ରାସ ପାଇ ୭.୦୯ ପ୍ରତିଶତ ହୋଇଛି। ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି।

ସେପ୍ଟେମ୍ବରରେ ଗ୍ରାମାଞ୍ଚଳରେ ବେରୋଜଗାରୀ ହାର ୬.୨୦ ପ୍ରତିଶକୁ ହ୍ରାସ ପାଇଛି। ଯାହା ଗତ ଅଗଷ୍ଟରେ ୭.୧୧ ପ୍ରତିଶତ ଥିଲା। ସେହିପରି ସହରୀ ବେକାରୀ ସଂଖ୍ୟା ଅଗଷ୍ଟ ମାସର ୧୦.୦୯ ପ୍ରତିଶତରୁ ସେପ୍ଟେମ୍ବର ୮.୯୪ ପ୍ରତିଶତକୁ ଖସି ଆସିଛି।

ସବୁଠାରୁ ବଡ଼ କଥା ହେଲା ଜୁନ-ସେପ୍ଟେମ୍ବର ମାସରେ ବର୍ଷା ପରିମାଣ ୬ ପ୍ରତିଶତ ହ୍ରାସ ପାଇଛି। ଦେଶରେ ଦୁର୍ବଳ ମୌସୁମୀ ସତ୍ତ୍ୱେ ବି ଏହାର ପ୍ରଭାବ ଚାଷ କ୍ଷେତ୍ରରେ କୌଣସି ପ୍ରଭାବ ପଡ଼ି ନାହିଁ। ଅନ୍ୟପଟେ ପାର୍ବଣ ସମୟ ଚାଲିଥିବାରୁ ସହରୀ ନିଯୁକ୍ତିରେ ଭଲ ପ୍ରଦର୍ଶନ ହୋଇଛି। ନିଯୁକ୍ତି କର୍ତ୍ତାମାନେ ନିଯୁକ୍ତି ଘୋଷଣା କରୁଛନ୍ତି।

ପଢ଼ନ୍ତୁ-ପୁଣି ୧.୬୦ ଲକ୍ଷ କୋଟି ଟପିଲା ଜିଏସଟି କଲେକ୍ସନ, ସେପ୍ଟେମ୍ବରରେ GST ସଂଗ୍ରହରେ ୧୦ ପ୍ରତିଶତ ବୃଦ୍ଧି

ଭାରତର ୧.୪ ବିଲିଅନ ନିଯୁକ୍ତି ଆଶାୟୀଙ୍କ ପାଇଁ ନିଯୁକ୍ତି ଦେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଆଗକୁ ନିର୍ବାଚନ ଆସୁଥିବାରୁ ମୋଦୀ ସରକାର ନିଯୁକ୍ତି ବାଣ୍ଟିବାରେ ବ୍ୟସ୍ତ ରହିଛନ୍ତି। କେନ୍ଦ୍ର ସରକାରଙ୍କର ସ୍ୱତନ୍ତ୍ର ନିଯୁକ୍ତି ପଦକ୍ଷେପରେ ସେପ୍ଟେମ୍ବର ମାସରେ ୫୧ ହଜାର ଆଶାୟୀଙ୍କୁ ନିଯୁକ୍ତି ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ।  

   Related Posts