ମିଳୁନି ମାଚ୍ୟୁରିଟି ଜମା ଟଙ୍କା; ସାହାରା କାର୍ଯ୍ୟାଳୟ ଆଗରେ ଜମାକାରୀଙ୍କ ଧାରଣା

Published By : Prameya-News7 Bureau | November 09, 2022 IST

ବ୍ରହ୍ମପୁର ୦୯/୧୧: ଜମାରାଶି ଫେରସ୍ତ ଦାବିରେ ଜମାକାରୀଙ୍କ ଧାରଣା। ବ୍ରହ୍ମପୁରରେ ଥିବା ସାହାରା ଇଣ୍ଡିଆ କାର୍ଯ୍ୟାଳୟ ଆଗରେ ଜମାକାରୀ ମାନେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ଦୀର୍ଘ ୮ବର୍ଷ ହେଲା ସେମାନେ ଜମାରାଶି ଫେରସ୍ତ ପାଇନଥିବା କହିଛନ୍ତି। ସେପଟେ ସାହାରା ଇଣ୍ଡିଆ କାର୍ଯ୍ୟାଳୟକୁ ବାରମ୍ୱାର ଯିବା ସତ୍ୱେ ମଧ୍ୟ କୌଣସି ସୁଫଳ ମିଳୁନି। କେବଳ ପ୍ରତିଶୃତି ଓ ତାରିଖ ପରେ ତାରିଖ ମିଳୁଥିବା ଆନ୍ଦୋଳନକାରୀ କହିଛନ୍ତି। ଏହାସହିତ ସାହାରା କମ୍ପାନୀର ଶାଖା ପରିଚାଳକ, ଆଞ୍ଚଳିକ ପରିଚାଳକ ଓ ମଣ୍ଡଳ ପରିଚାଳକମାନେ ଜମାକାରୀଙ୍କୁ ଭୁଆଁ ବୁଲାଉଥିବା ମଧ୍ୟ ଅଭିଯୋଗ ହୋଇଛି।

{"id":706957,"width":660,"height":363,"sizeSlug":"full","linkDestination":"none"}

୨୦୧୨ରୁ ଜମାକାରୀଙ୍କୁ ମିଛ ଓ ବିଭ୍ରାନ୍ତିକର ପ୍ରତିଶୃତି ଦେଇ କୁହାଯାଉଛି ଯେ, 'ସେବି' ପଇସା ରଖିଛି ଓ କମ୍ପାନୀରେ ଥିବା ସ୍କିମକୁ କ୍ୟୁସପ୍ କମ୍ପାନୀ ନାଁରେ ବଦଳାଇ ଏବେ ପର୍ଯ୍ୟନ୍ତ ଜମାକାରୀଙ୍କୁ ଠକିଥିବା ଜମାକାରୀ କହିଛନ୍ତି। ଏନେଇ ଆଜି ଜମାକାରୀଙ୍କ ଠାରୁ ନିଆଯାଇଥିବା ମାଚ୍ୟୁରିଟି ଟଙ୍କାକୁ ସୁଧ ସହ ଫେରାଇବା ଦାବିରେ ଲିଖିତ ଭାବେ ଏକ ଦାବିପତ୍ର ଜମାକାରୀ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି। ଯଦି ତୁରନ୍ତ ଏହାର ସୁଫଳ ନମିଳେ ପୁଣି ଜୋରଦାର ଆନ୍ଦୋଳନ ହେବା ନେଇ ଜମାକାରୀ ମଞ୍ଚ ଚେତାବନୀ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.