Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

କୋର୍ଟଙ୍କୁ ଦୟା ଭିକ୍ଷା କଲା ମୁମ୍ବାଇ ଅଣ୍ଡର ୱାର୍ଲଡ ଡନ ଅରୁଣ ଗୱାଲି, ଜେଲରେ ବିତାଇ ସାରିଲାଣି ୧୫ବର୍ଷ

10/03/2023 at 3:47 PM

ମୁମ୍ବାଇ ୧୦।୩: ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ମୁମ୍ବାଇ ଅଣ୍ଡରୱାର୍ଲଡ ଡନ ଅରୁଣ ଗୱାଲୀ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚରେ ପିଟିସନ ଦାଖଲ କରି ଦୟା ଭିକ୍ଷା କରିଛି। ପିଟିସନରେ ଗୱାଲୀ ମହାରାଷ୍ଟ୍ର ଗୃହ ବିଭାଗଙ୍କ ୨୦୦୬ ସର୍କୁଲାରର ଉଦାହରଣ ଦେଇଛନ୍ତି। ଯେଉଁଥିରେ ଗୃହ ବିଭାଗ ଦୋଷୀ ୧୪ ବର୍ଷ ଦଣ୍ଡ କାଟିଥିଲେ ଓ ବୟସ ୬୫ ବର୍ଷ ପୂରଣ ହୋଇଥିଲେ ଜେଲରୁ ମୁକ୍ତ କରାଯାଇପାରେ ବୋଲି କୁହାଯାଇଥିଲା।

ଅଣ୍ଡରୱାର୍ଲଡ ଡନ ଅରୁଣ ଗୱାଲୀ ମେ ୨୦୦୮ରୁ ଜେଲରେ ବନ୍ଦୀ ଅଛି। ସେ କୋର୍ଟରେ ପିଟିସନ ଦାଖଲ କରି ତାର ବୟସ ଏବେ ୭୦ ବର୍ଷ ହୋଇଗଲାଣି ବୋଲି କହିଛି। ମହାରାଷ୍ଟ୍ର ସରକାର ୨୦୦୬ ମସିହାରେ ଏକ ସର୍କୁଲାର ଜାରି କରିଥିଲେ। ଏହାକୁ ଉଲ୍ଲେଖ କରି ଗୱାଲୀ କହିଛି ଯେ ୨୦ ଜାନୁୟାରୀ ୨୦୦୬ ଅଧିସୂଚନା ଅନୁସାରେ ୧୪ ବର୍ଷ ଦଣ୍ଡ ଭୋଗିବା ପରେ ସେ ମୁକ୍ତ ହେବାକୁ ହକଦାର ହେଉଛି। କାରଣ ତାକୁ ୬୫ ବର୍ଷରୁ ଅଧିୟ ବୟସ ହୋଇଗଲାଣି ଓ ସେ ପୂରୁଣା ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ।

ରିଟ ପିଟିସନରେ ଗୱାଲୀ ମହାରାଷ୍ଟ୍ର ସରକାରଙ୍କ ୨୦୧୫ର ଏକ ସର୍କୁଲାରର ମଧ୍ୟ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ମହାରାଷ୍ଟ୍ର ସଙ୍ଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ (ମକୋକା)ରେ ବୁକ୍ ହୋଇଥିବା ଅପରାଧୀ ୨୦୦୬ ଅଧିସୂଚନାରେ ଦିଆଯାଇଥିବା ରିହାତିର ଲାଭ ପାଇପାରିବେନି ବୋଲି କୁହାଯାଇଛି। ତେବେ ଗୱାଲୀ ୨୦୧୨ରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ୨୦୧୫ ମସିହାର ସର୍କୁଲାର ତାଙ୍କ ଲାଗି ପ୍ରଯୁଜ୍ୟ ହେଉନଥିବା ଉଲ୍ଲେଖ କରିଛନ୍ତି।

ଗୱାଲୀ ରିଟ ପିଟିସନରେ ତାର ପେଟ ଓ ଫୁସଫୁସ୍ ସମ୍ପର୍କିତ ରୋଗର ଉଲ୍ଲେଖ କରି ତାର ଦଣ୍ଡ କ୍ଷମା କରିବାକୁ ନିବେଦନ କରିଛି। ନାଗପୁର ବେଞ୍ଚଙ୍କ ବିଚାରପତି ଜଷ୍ଟିସ୍ ଭିନୟ ଯୋଶୀ ଓ ଜଷ୍ଟିସ୍ ଭାଲ୍ମିକୀ ମେନେଜେସଙ୍କ ଖଣ୍ଡପୀଠ ଗୱାଲୀଙ୍କ ନିବେଦନ ଉପରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏ ବାବଦେ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୦୭ ମସିହାରେ ଶିବସେନା କାଉନସିଲର କମଲାକର ଜମସାଣ୍ଡେକରଙ୍କୁ ବିଜୟ ଗିରି ନାମକ ଜନୈକ ବ୍ୟକ୍ତି ତାଙ୍କ ବାସଭବନରେ ଗୁଳିକରି ହତ୍ୟା କରିଥିଲା।

ମାମଲାର ତଦନ୍ତରୁ ଅରୁଣ ଗୱାଲୀ ଆଦେଶରେ ଜାମସାଣ୍ଡେକରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଥିଲା। ଜାମସାଣ୍ଡେକର ଓ ଅଭିଯୁକ୍ତଙ୍କ ମଧ୍ୟରେ ଏକ ଜମିକୁ ନେଇ ବିବାଦ ଥିଲା। ଜାମସାଣ୍ଡେକରଙ୍କ ଶତ୍ରୁମାନେ ତାଙ୍କ ହତ୍ୟା ଲାଗି ୩୦ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ। ଏହି ମାମଲାରେ ଅରୁଣ ଗୱାଲୀ ୨୦୦୮ ମସିହାରେ ଗିରଫ ହୋଇଥିଲା। ସେତେବେଳେ ଗୱାଲୀ ବିଧାୟକ ଥିଲା। ଗୱାଲୀ ୨୦୧୨ ମସିହାରେ ନିମ୍ନ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲା ଓ କୋର୍ଟ ତାକୁ ଆଜୀବନ କାରାଦଣ୍ଡାଦେଶ କରିଥିଲେ। ପରେ ଉଚ୍ଚ ନ୍ୟାୟାଳୟରେ ନିମ୍ନ ଅଦାଲତଙ୍କ ରାୟ କାୟମ ରହିଥିଲା।

   Related Posts