Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଜ୍ବାଇଁଙ୍କୁ ହତ୍ୟା କରି ଥିଲେ ଜେଲ୍‌ରେ

21/08/2021 at 3:04 PM

କେନ୍ଦୁଝର ୨୧।୮: କେନ୍ଦୁଝର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତ କଏଦୀ କୀର୍ତ୍ତନ କିସାନ । କୀର୍ତ୍ତନଙ୍କ ଘର ତେଲକୋଇ ଥାନା କାଳିମା ଗାଁରେ । ୨୦୧୮ ମସିହା ଡିସେମ୍ବର ୧୨ ତାରିଖରେ ସେ ତାଙ୍କ ନିଜ ଜ୍ବାଇଁଙ୍କୁ ହତ୍ୟା କରି ବିଚାରାଧୀନ କଏଦୀ ଭାବେ କାରାଗାରରେ ଥିଲେ ।

ଶନିବାର ସକାଳୁ କୀର୍ତ୍ତନ ଚାହା ପିଇବାକୁ ଗ୍ଲାସ୍ ନେଉଥିବା ସମୟରେ ମୁଣ୍ଡ କାନ୍ଥରେ ବାଜି ଆହତ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସର ତଦନ୍ତ ଆରମ୍ଭ । ଏହି ହତ୍ୟା ମାମଲାରେ ତାଙ୍କ ସ୍ତ୍ରୀ ଓ ଜଣେ ପୁଅ ଜେଲରେ ଥିବାବେଳେ ଜଣେ ପୁଅ କିଛି ଦିନ ତଳେ ବେଲରେ ଯାଇଛନ୍ତି ।

   Related Posts