ଚିକିତ୍ସାଧିନ ଅବସ୍ଥାରେ ବିଚାରଧୀନ କଏଦୀର ମୃତ୍ୟୁ ; ମିଥ୍ୟା ମାମଲାରେ ପୋଲିସ ଫସାଇ ଦେଇଥିବା ଅଭିଯୋଗ

Published By : Prameya-News7 Bureau | November 28, 2018 IST

କୋଣାର୍କ ୨୮|୧୧:  ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି । ମୃତ କଏଦୀ ହେଲେ ଯୋଗେନ୍ଦ୍ର ଦାଶ । ଗତ ୧୪ ତାରିଖରେ ଯୋଗେନ୍ଦ୍ରଙ୍କୁ ଏକ ମାମଲାରେ ଗିରଫ କରିଥିଲା ଅସ୍ତରଙ୍ଗ ପୋଲିସ । ଗିରଫର ଦିନକ ପରେ ଅର୍ଥାତ୍ ୧୫ ତାରିଖରେ ନିମାପଡା ଉପକାରାଗାରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ ଯୋଗେନ୍ଦ୍ର । ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ନିମାପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଯୋଗେନ୍ଦ୍ରକୁ ମିଥ୍ୟା ମାମଲାରେ ପୁଲିସ ଫସାଇ ଦେଇ ଗିରଫ କରିଥିବା ଅଭିଯୋଗ ଆଣିଛନ୍ତି ମାଳଦା ଗ୍ରାମବାସୀ । ଅସ୍ତରଙ୍ଗ-କାକଟପୁର ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.