Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ନାବାଳିକା ଗର୍ଭବତୀ ହେବା ଘଟଣା; ସେବାସଦନରେ ସମୀକ୍ଷା କଲେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ

9/10/2022 at 11:38 PM

ଜି. ଉଦୟଗିରି ୦୯/୧୦: ବେଲଘର ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ହେବା ଘଟଣାରେ ଆଜି ଜି ଉଦୟଗିରୀରେ ଥିବା  ସୁଭଦ୍ରା ମହତାବ ସେବା ସଦନକୁ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଆସି ସମୀକ୍ଷା କରିଛନ୍ତି। ତାଙ୍କ ସହିତ ବିଜେପି ନେତ୍ରୀ  ସ୍ମୃତି ରେଖା ପଟ୍ଟନାୟକ, ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ଏବଂ ଜିଲ୍ଲାସ୍ତରୀୟ ବିଜେପି ନେତୃବୃନ୍ଦ ଆସିଥିଲେ। ସେମାନେ ସେବା ସଦନ ଭିତରକୁ ଯାଇ ସେଠାରେ ଥିବା କର୍ମଚାରୀ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ଭେଟି ସମୀକ୍ଷା କରିଛନ୍ତି। ଏଥିପାଇଁ ସରକାର, ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କୁ ବିଜେପି ନେତୃବୃନ୍ଦ ଦାୟୀ କରିଛନ୍ତି। ବାରମ୍ବାର କନ୍ଧମାଳ ଜିଲ୍ଲାରେ ଏଭଳି ଘଟଣା ଘଟୁଛି, କିନ୍ତୁ ଏହା ସତ୍ତ୍ୱେବି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର ଶୋଇଛନ୍ତିବୋଲି ନେତାମାନେ କହିଛନ୍ତି। ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାନ୍ତି, ତେଣୁ ସରକାର ଏଥିପାଇଁ ଧ୍ୟାନ ଦେବାକୁ ନେତୃମଣ୍ଡଳୀ ଅନୁରୋଧ କରିଛନ୍ତି।

   Related Posts