ଉପକାରାଗାରରେ ବିଚାରଧୀନ କଏଦୀ ମୃତ

Published By : Prameya-News7 Bureau | March 26, 2019 IST

ଉମରକୋଟ ୨୬|୩ : ଉମରକୋଟ ଉପକାରାଗାରରେ ବିଚାରାଧୀନ ଥିବା କଏଦୀର ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି । ଗତ ଚାରି ମାସ ପୂର୍ବେ କଏଦୀ ଜଣକ ୩୦୨ ହତ୍ୟା ଅଭିଯୋଗରେ ବିଚାରାଧୀନ କଏଦୀ ଥିଲେ । ରାଇଘର ବ୍ଲକ୍ ରାହାସପାରା ଗାଁର ଦେବ ମାଝୀ ତାଙ୍କ ଗାଁର ନିଜ ସମ୍ପର୍କୀୟଙ୍କୁ ହତ୍ୟା କରିବା ମାମଲାରେ ବିଚାରଧୀନ କଏଦୀ ଭାବରେ ଉମରକୋଟ ଉପ କାରାଗାରରେ ବନ୍ଦୀ ଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କ ଦେହ ଖରାପ ହେବାରୁ ପ୍ରଥମେ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ  ଆଜି ସକାଳେ କଏଦୀଙ୍କର ମୃତ୍ୟୁ ହୋଇଛି । ପରିବାର ପକ୍ଷରୁ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.