ପ୍ରଧାନ ଶିକ୍ଷକଙ୍କ ମାନସିକ ଚାପରେ ଅତିଷ୍ଠ ହୋଇ ବିଷ ପିଇଲେ ଶିକ୍ଷୟିତ୍ରୀ, ଡାକ୍ତରଖାନାରେ ଭର୍ତ୍ତି
16/08/2022 at 4:27 PM

ଟାଙ୍ଗୀ, ୧୬/୦୮: ପ୍ରଧାନ ଶିକ୍ଷକଙ୍କ ମାନସିକ ଚାପରେ ଅତିଷ୍ଠ ହୋଇ ବିଷ ପିଇଲେ ଶିକ୍ଷୟିତ୍ରୀ । ବିଷ ପିଇ ଅସୁସ୍ଥ ହୋଇଥିବା ଶିକ୍ଷୟିତ୍ରୀ ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାର ଆଙ୍କୁଲାଚଟି ସ୍ଥିତ ପଞ୍ଚୁପଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଶିକ୍ଷୟିତ୍ରୀ ସନ୍ତୋଷୀ ବେହେରା ସ୍କୁଲରେ ବିଷ ପିଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉପରେ ଅସନ୍ତୁଷ୍ଟ ହୋଇ ସ୍କୁଲର ଏକାଧିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ମାତ୍ର ଅଭିଯୋଗର କୈ।ଣସି ପ୍ରଭାବ ନ-ପଡିବାରୁ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ପାତ୍ରଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ କରିଛନ୍ତି ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ । ତେବେ ଏ ସମ୍ପର୍କରେ ଆମ ପ୍ରତିନିଧି ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଏ ସମ୍ପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ।
