ଭୁଶୁଡିଲା ନିର୍ମାଣଧିନ ଓଭରବ୍ରିଜ୍ ; ୪ଜଣ ଶ୍ରମିକ ଆହତ

Published By : Prameya-News7 Bureau | August 11, 2018 IST

ଲକ୍ଷ୍ନୌ ୧୧/୮ : ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାରେ ଜାତୀୟ ରାଜପଥ ୨୮ ଉପରେ ଏନଏଚଏଆଇ ଦ୍ବାରା ନିର୍ମାଣଧିନ ଏକ ଓଭରବ୍ରିଜ ଆଜି ସକାଳୁ ଭୁଶୁଡିପଡିଛି । ଫଳରେ ୪ଜଣ ଶ୍ରମିକ ଆହତ ହୋଇଛନ୍ତି ।ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଓଭରବ୍ରିଜଟି ଭୁଶୁଡିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଏହି ଓଭରବ୍ରିଜର ପ୍ରାୟ ୮୦ପ୍ରତିଶତ କାମ ସରିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଜିଲ୍ଲାପାଳ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଭରବ୍ରିଜ ଭୁଶୁଡିବା ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.