ପଶ୍ଚିମବଙ୍ଗ କାକଦ୍ବୀପରେ ଭୁଶୁଡିଲା ନିର୍ମାଣଧିନ ପୋଲ
24/09/2018 at 2:44 PM

କଲିକତା ୨୪|୯: ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା କାକଦ୍ବୀପ ଅଞ୍ଚଳରେ ଏକ ନିର୍ମାଣଧିନ ପୋଲ ଭୁଶୁଡିପଡିଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଘଟଣା ସଂପର୍କରେ ଖବର ପାଇ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ପଶ୍ଟିମବଙ୍ଗରେ ଗୋଟିଏ ମାସ ମଧ୍ୟରେ ପୋଲ ଭୁଶିଡିବାର ଏହା ତୃତୀୟ ଘଟଣା । ପୂର୍ବରୁ ସେପ୍ଟେମ୍ବର ୪ ତାରିଖରେ ମାଜେରହଟ୍ ନିକଟରେ ଏକ ବ୍ରିଜ୍ ଭୁଶୁଡିପଡିଥିଲା । ସେଥିରେ ୩ ଜଣଙ୍କୁ ମୃତ୍ୟୁ ହୋଇଥିବାବେଳେ ୨୪ଜଣ ଆହତ ହୋଇଥିଲେ । ସେହିପରି ସେପ୍ଟେମ୍ବର ୭ ତାରିଖରେ ସିଲିଗୁଡି ନିକଟରେ ଏକ ପୁରୁଣା ପୋଲ ଭୁଶୁଡିପଡିଥିଲା ଯେଉଁଥିରେ ଜଣେ ଟ୍ରକ୍ ଡ୍ରାଇଭର ଆହତ ହୋଇଥିଲେ।