U19 Womens T20 World Cup: ସେମିରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ମାତ ଦେଲା ଭାରତ, ଫାଇଲାଲରେ କଲା ପ୍ରବେଶ
27/01/2023 at 4:33 PM

ନୂଆଦିଲ୍ଲୀ: ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ ୨୦୨୩ର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଟିମ୍ । ଟିମ୍ ଇଣ୍ଡିଆ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇ ପାଇନାଲରେ ସ୍ଥାନ ହାସଲ କରିଛି । ନ୍ୟୁଜିଲାଣ୍ଡ ଅଣ୍ଡର ୧୯ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ୧୦୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ୨ ୱିକେଟ୍ ହରାଇ ୧୪.୨ ଓଭରରେ ଲକ୍ଷ୍ୟ ହାସଲ କରି ନେଇଛି । ଭାରତୀୟ ବ୍ୟାଟର ଶ୍ୱେତା ସେହରବାତଙ୍କ ବ୍ୟାଟରୁ ରନ ବର୍ଷା ହୋଇଥିଲା । ୧୦ ଚୌକା ବଳରେ ସେ ଅପରାଜିତ ୬୧ ରନ ହାସଲ କରିଥିଲେ । ଆସନ୍ତା ଜାନୁଆରୀ ୨୯ରେ ଭାରତୀୟ ଟିମ ଫାଇନାଲ ଖେଳିବ ।
#TeamIndia march into the Finals of the #U19T20WorldCup.
— BCCI Women (@BCCIWomen) January 27, 2023
They become the first team to reach the finals of the inaugural #U19T20WorldCup 💪💥👏
Way to go #WomenInBlue! pic.twitter.com/4H0ZUpghkA
ନ୍ୟୁଜିଲାଣ୍ଡ ଅଣ୍ଡର ୧୯ ମହିଳା ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୦୭ ରନ କରିବାରେ ସକ୍ଷମ ହୋଇଥିଲା । ନ୍ୟୁଜିଲାଣ୍ଡ ପାଇଁ ଜର୍ଜିଆ ପ୍ଲିମ୍ମର ସର୍ବାଧିକ ୩୫ ରନ କରିଥିଲେ । ଭାରତ ପାଇଁ ପର୍ଶି ଚୌପଡ଼ା ୪ ଓଭରରେ ୨୦ ଦେଇ ୩ ୱିକେଟ୍ ହାସଲ କରିଥିଲେ । ଅଧିନାୟକ ଶେଫାଳି ବର୍ମା ମଧ୍ୟ ଚମତ୍କାର ବୋଲିଂ କରିଥିଲେ । ସେ ୪ ଓଭରରେ ମାତ୍ର ୭ ରନ ଦେଇ ଗୋଟିଏ ୱିକେଟ୍ ହାସଲ କରିଥିଲେ ।
ନ୍ୟୁଜିଲାଣ୍ଡ ଦେଇଥିବା ବିଜୟ ଲକ୍ଷ୍ୟକୁ ଭାରତୀୟ ଟିମ ମାତ୍ର ୧୪.୨ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଛି । ଶେଫାଳି ବର୍ମା ୧୦ ରନ କରି ଆଉଟ୍ ହୋଇଥିବା ବେଳେ ଶ୍ୱେତା ଜବରଦସ୍ତ ବ୍ୟାଟିଂ କରିଥିଲେ । ଶ୍ୱେତା ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୪୫ ବଲରେ ୧୦ ଚୌକା ବଳରେ ୬୧ ରନ କରିଥିଲେ।