୨୦୧୮ରେ ୧୯ ବର୍ଷରୁ କମ ବିଶ୍ବ କପ୍‌ରେ ଖେଳିଥିବା ଏହି ୩ ଜଣ ଯୁବ ଖେଳାଳୀ ୨୦୧୯ ବିଶ୍ବ କପ୍‌ରେ ମଧ୍ୟ ଖେଳୁଛନ୍ତି

Published By : Prameya-News7 Bureau | June 25, 2019 IST

ଆଇସିସି ବିଶ୍ବ କପ୍‌ -୨୦୧୯ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ମିଲିତ ଉଦ୍ୟମରେ ଆୟୋଜିତ ହୋଇଛି । ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗ ନେଇଛନ୍ତି । ଚଳିତ ଥର ପ୍ରତ୍ୟେକ ଟିମରେ ଅନେକ ଯୁବ ଖେଳାଳୀ ରହିଛନ୍ତି। ଏହା ପୂର୍ବରୁ ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ ୨୦୧୮ର ଆୟୋଜନ ନ୍ୟୁଜିଲାଣ୍ଡରେ କରାଯାଇଥିଲା। ତେବେ ଏଥିର ଭାରତ ଅଷ୍ଟ୍ରେଲିଆକୁ ଫାଇନାଲ୍ସରେ ହରାଇ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲା। ଏଭଳି ୩ ଜଣ ଯୁବ ଖେଳାଳୀ ଅଛନ୍ତି ଯେଉଁମାନେ ୨୦୧୮ ଅଣ୍ଡର-୧୯ ବିଶ୍ବ କପ୍‌ରେ ଖେଳିଥିଲେ ଓ ଏଥର ମଧ୍ୟ ସେମାନେ ୱାଲର୍ଡ କପ୍‌କରେ ଖେଳୁଛନ୍ତି।

{"id":127086}

୧- ଇକରାମ୍‌ ଅଲ୍ଲୀ ଖାନ (ଆଫଗାନିସ୍ତାନ) :  ଆଫଗାନିସ୍ତାନ ଟିମ୍‌ର ୱିକେଟକିପର ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ଶହଜାଦଙ୍କ ବଦଳରେ ଇକରାମ ଅଲ୍ଲୀ ଖାନ ଖେଳୁଛନ୍ତି। ଆଜି ପର୍ଯ୍ୟନ୍ତ ସେ ଆଫଗାନିସ୍ତାନ ପାଇଁ ସେ ୬ଟି ୱାନ ଡେ ମ୍ୟାଚ୍‌ ଖେଳିଛନ୍ତି। କିନ୍ତୁ ବ୍ୟାଟିଂରେ ନିଜର କମାଲ ଦେଖାଇପାରିନାହାନ୍ତି ଇକରାମ। ଅଣ୍ଡର୧୯ ୱାଲର୍ଡ କପ୍‌ ୨୦୧୮ରେ ଆଫଗାନିସ୍ତାନ ଟିମ୍‌ ସେମିଫାଇନାଲରେ  ପହଞ୍ଚିଥିଲା।   

{"id":127087}

୨- ଶାହୀନ ଶାହ ଅଫରିଦୀ (ପାକିସ୍ତାନ): ପାକିସ୍ତାନର ବଲର ଶାହୀନ ଶାହ ଅଫ୍ରିଦି ବହୁତ ଭଲ ବଲିଂ କରନ୍ତି। ଅଣ୍ଡର-୧୯ ବିଶ୍ବ କପ୍‌ ୨୦୧୮ରେ ଖେଳିଥିବା ୫ ଟି ମ୍ୟାଚ୍‌ରେ ସେ ଭଲ ପ୍ରଦର୍ଶନ କରିଥିଲେ। ତେବେ ସେମିଫାଇନାଲରେ ତାଙ୍କ  ଟିମକୁ ଭାରତ ପରାଜିତ କରିଥିଲା। ଅଣ୍ଡର-୧୯ ବିଶ୍ବ କପ୍‌ର କିଛି ମାସ ପରେ ପରେ ତାଙ୍କୁ ପାକିସ୍ତାନ ଟିମରେରେ ଡେବ୍ୟୁ କରିବାକୁ ମିଳିଥିଲା। ଜୁନୈଦ ଖାନଙ୍କ ବଦଳରେ ତାଙ୍କୁ ଏହି ବିଶ୍ବ କପ୍‌ରେ ଖେଳିବାକୁ ସୁଯୋଗ ମିଳିଛି।

{"id":127088}

୩- ମୁଜୀବ- ଉର- ରହମାନ (ଆଫଗାନିସ୍ତାନ) : ମୁଜୀବ- ଉର- ରହମାନ ଗତ ବର୍ଷ ୧୯ ବର୍ଷରୁ କମ ଟୁର୍ଣ୍ଣାମେଣ୍ଟରେ ଖେଳି ଆଫଗାନିସ୍ତାନ ପାଇଁ ଡେବ୍ୟୁ କରିଥିଲେ। ଏହି ଟୁର୍ଣ୍ଣାମେମ୍ଟରେ ତାଙ୍କୁ ୪ଟି ମ୍ୟାଚ୍‌ ଖେଳିବା ପାଇଁ ମୌକା ମିଳିଥିଲା । ଚଳିତ ବିଶ୍ବକପରେ ସ୍ଥାନ ପାଇବା ସହ ଭାରତ ବିପକ୍ଷରେ ବୋଲିଂ କରି ସେ ୧୦ ଓଭରରେ ୨୬ ରନ୍‌ ଦେଇ ରୋହୀତ ସର୍ମାଙ୍କ ୱିକେଟ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.