କାର୍ଯ୍ୟାଳୟ ଆଗରେ ବ୍ଲକ୍ କର୍ମଚାରୀଙ୍କ ଅସହଯୋଗ ଆନ୍ଦୋଳନ; ଦୁର୍ବ୍ୟବହାର ଅଭିଯୋଗ
31/12/2022 at 9:07 PM

ନବରଙ୍ଗପୁର ୩୧/୧୨: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ସମସ୍ତ ବ୍ଲକ କର୍ମଚାରୀ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଅସହଯୋଗ ଆନ୍ଦୋଳନ କରିବା ସହ ଧାରଣାରେ ବସିଛନ୍ତି। ଗତ ଡିସେମ୍ବର ୨୭ରେ ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦେଶରେ ଝରିଗାଁ ବିଡିଓ ଇଚ୍ଛାପୁର ପଞ୍ଚାୟତରେ ନିୟୋଜିତ କର୍ମଚାରୀଙ୍କୁ ନୂଆ ତିଆରି ପଞ୍ଚାୟତ କୋଠାଘରେ କାମ କରିବାକୁ ଆଦେଶ ଦେଇଥିଲେ।
ତେବେ ବିଡ଼ିଓଙ୍କ ଆଦେଶରେ ପିଇଓ ରମେଶ ହରିଜନ, ଜିଆରଏସ ପିତାମ୍ବର ଜେନା ଏବଂ ଯୋଗାଣ ସହାୟକ ପଦଲାମ ସାନ୍ତା କାର୍ଯ୍ୟାଳୟରେ ପହଞ୍ଚି ତାଲା ଖୋଲୁଥିଲେ। ସେହି ସମୟରେ ଇଚ୍ଛାପୁର ଗାଁର ଶତାଧିକ ଲୋକେ ପହଞ୍ଚି ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବାକୁ ବିରୋଧ କରିଥିଲେ। ଏହାସହ ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବାକୁ ନଦେବା ସହ ସରକାରୀ କର୍ମଚାରୀଙ୍କୁ ଗାଳି ଗୁଳଜ କରିବା ସହ ମାଡ଼ ମାରିବା ସହିତ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।