ଜମିବାଡ଼ି ବିବାଦ ହେଲା କାଳ, କକାକୁ ପଥରରେ ଛେଚି ହତ୍ୟା କଲା ପୁତୁରା

Published By : Prameya-News7 Bureau | December 12, 2022 IST

ଘଟଗାଁ, ୧୨/୧୨: ପଥରରେ ଛେଚି କକାକୁ ହତ୍ୟା କଲା ପୁତୁରା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କେତାଙ୍ଗ ଗ୍ରାମରେ ଆଜି ଅପରାହ୍ନରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି । ଜମିବାଡିକୁ କେନ୍ଦ୍ର କରି କକାକୁ ପଥରରେ ଛେଚି ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛିି । ମୃତକ ହେଲେ ଉକ୍ତ ଗ୍ରାମର ନିରଞ୍ଜନ ଗିରି । ଅଭିଯୋଗ ଅନୁଯାୟୀ ବିଗତ କିଛି ଦିନ ତଳେ ନିରଞ୍ଜନ ଗିରିଙ୍କ ଜାଗାରେ ପୁତୁରା କରୁଣାକର ଗିରି ପଥର ତାଡି ବିକ୍ରି କରୁଥିବାର ଜାଣି ଏହାକୁ ନିରଞନ ଗିରି ବାରଣ କରିବା ସହିତ ଉଭୟଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ମଧ୍ୟ ହୋଇଥିଲା ।

ଫଳରେ ପୁତୁରା କରୁଣାକର ଗିରି ନିରଞ୍ଜନଙ୍କ ଘରେ କେହି ନଥିବା ସମୟରେ ପଶି ପଥରରେ ଛେଚି ରକ୍ତ ଜୁଡୁବୁଡୁ କରି ଘଟଣାସ୍ଥଳରୁ ପଳାଇଥିଲା । ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ  ପରିବାର ଲୋକେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏନେଇ ପରିବାର ଲୋକେ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.