ଭାଣିଜୀଙ୍କ ସହ ଦୁଷ୍କର୍ମ କଲା ଅଭିଯୁକ୍ତ ମାମୁଁ, ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ଦୀର୍ଘ ୬ ମାସ ହେବ କରୁଥିଲା ବ୍ଲାକ୍‌ମେଲିଂ

Published By : Prameya-News7 Bureau | November 21, 2019 IST

ନୂଆଦିଲ୍ଲୀ୨୧/୧୧: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମାମୁଁ ନିଜ ୨୬ ବର୍ଷ ବୟସ୍କା ଭାଣିଜୀଙ୍କୁ ଦୁଷ୍କର୍ମ କରିଛି। ଅଭିଯୁକ୍ତ ମାମୁଁ ଦୁଷ୍କର୍ମ ବେଳର ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ପୀଡ଼ିତାଙ୍କୁ ଛଅ ମାସ ହେଲା ବ୍ଲାକ୍‌ମେଲିଂ କରି ଆସୁଥିଲା। ତାଙ୍କ କଥାରେ ରାଜି ନ ହେଲେ ଭିଡିଓ ଭାଇରାଲ କରି ଦେବ ବୋଲି ଅଭିଯୁକ୍ତ ଧମକ ଦେଉଥିଲା। ଏମିତି ଧମକ ଦେଇ ପୀଡ଼ିତାଙ୍କୁ ଅଭିଯୁକ୍ତ ମାମୁଁ ବାରମ୍ବାର ଦୁଷ୍କର୍ମ କରୁଥିଲା। ଶେଷରେ ଅସହ୍ୟ ହୋଇ ପୀଡିତା ନିଜ ଘର ଲୋକଙ୍କୁ ଏ ସଂପର୍କରେ କହିଥିଲେ। ଏହା ପରେ ପରିବାର ଲୋକ ଥାନାରେ ଅଭିଯୁକ୍ତ ମାମୁଁ ନାଁରେ ଏଫଆଇଆର୍ ଦେଇଥିଲେ।

ପୋଲିସର ସୂଚନା ମୁତାବକ ଏହି ଘଟଣାରେ ଅଭିଯୁକ୍ତ ୪୯ ବର୍ଷ ବୟସ୍କ ମାମୁଁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।  ଅଭିଯୁକ୍ତ  ଆମ୍‌ ଆଦମୀ  ପାର୍ଟିର କର୍ମୀ ବୋଲି ଜଣାପଡ଼ିଛି। ଏ ନେଇ ବିଜେପି କର୍ମୀ ଆମ୍‌ ଆଦ୍‌ମୀ ପାର୍ଟିକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ କରୁଛନ୍ତି।

ସୂଚନା ଅନୁସାରେ ୨୬ ବର୍ଷ ବୟସ୍କା ପୀଡ଼ିତା ଭଜନପୁରାରେ ନିଜ ପରିବାର ସହ ରହୁଥିଲେ। ଭଜନପୁରାର ନିକଟରେ ଥିବା ସୀଲମପୁରରେ ଅଭିଯୁକ୍ତ ମଧ୍ୟ ନିଜ ପରିବାର ସହ ରହୁଥିଲା। ଉଭୟଙ୍କ ଘର ପାଖାପାଖି ହୋଇଥିବାରୁ ଅଭିଯୁକ୍ତ ମାମୁଁ ଅଧିକାଂଶ ସମୟରେ ପୀଡ଼ିତାଙ୍କ ଘରକୁ ଯିବା, ଆସିବା କରୁଥିଲେ। ଛଅ ମାସରେ ତଳେ ପୀଡ଼ିତାଙ୍କୁ ବୁଲାଇ ନେବା ବାହାନରେ ଅଭିଯୁକ୍ତ ମାମୁଁ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ସମୟରେ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ପୀଡ଼ିତାଙ୍କୁ ଧମକ ଦେଉଥିଲେ। ପୀଡ଼ିତା ତାଙ୍କ ପରିବାର ଲୋକ ପାଖ​‌ରେ  ଏହି ଘଟଣା ସଂପର୍କରେ କହିବା ପରେ ପ୍ରକୃତର ଘଟଣାର ପର୍ଦ୍ଦାଫାଶ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.