ମଥୁରାରେ ହରିୟାଣାର ମହିଳାଙ୍କୁ ଦୁଷ୍କର୍ମ କଲେ କକା-ପୁତୁରା, ଜଣେ ଗିରଫ
2/10/2020 at 4:31 PM

ମଥୁରା ୦୨।୧୦: ଉତ୍ତର ପ୍ରଦେଶରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ହାଥରସ, ବଳରାମପୁର, ଭଦୋହି ପରେ ଏବେ ମଥୁରାରେ ମହିଳାଙ୍କ ପ୍ରତି ବର୍ବରତା ଘଟଣା ଘଟିଛି। ମଥୁରା ଜନପଦରେ ମଙ୍ଗଳବାର ରାତିରେ ଅଲିଗଢରୁ କାମା ଯାଉଥିବା ହରିୟାଣାର ଏକ ପରିବାରର ମହିଳାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଖବର ଜଣା ପଡିଛି। ମଥୁରାରର ଗୋବର୍ଦ୍ଧନ ରାସ୍ତାର ସ୍ଥିତ ଗେଷ୍ଟ ହାଉସ୍ରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ପୋଲିସ ଗେଷ୍ଟହାଉସ୍ର ଜଣେ କର୍ମଚାରୀକୁ ଗିରଫ କରିଥିବା ବେଲେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଛି।
ଦେହାତ ପୋଲିସ ଅଧୀକ୍ଷକ ଶ୍ରୀଶ ଚନ୍ଦ୍ର କହିଛନ୍ତି, ଏହି ଘଟଣା ମଙ୍ଗଲବାର ରାତିରେ ସେହି ସମୟରେ ଘଟିଛି ଯେତେବେଳେ ହରିୟାଣାର ନୁହଁ ଜିଲ୍ଲାର ମେଓ୍ଵାତ ଟାଉନ ନିବାସୀ ପରିବାରର ଗାଡି ମଧ୍ୟରାତ୍ରିରେ ଗୋବର୍ଦ୍ଧନ ରାସ୍ତାରେ ସତୋହା ଗାଁ ନିକଟରେ ଖରାପ ହୋଇ ଯାଇଥିଲା। ଗାଁ ଲୋକଙ୍କ ପରାମର୍ଶକ୍ରମେ ଏହି ଲୋକ ନିକଟସ୍ଥ ସୈନି ସେବା ସଦନରେ ରହିଥିଲେ।
ସେଠାରେ ବିଳମ୍ଵିତ ରାତିରେ ପାଣି ପିଇବାକୁ ଉଠିଥିବା ଜଣେ ମହିଳାଙ୍କ ସହିତ ସେଠାରେ ଥିବା କର୍ମଚାରୀ ଦୁଷ୍କର୍ମ କରିଛନ୍ତି। ଏହି ଘଟଣାର ଦୁଇ ଅଭିଯୁକ୍ତ ହେଉଛନ୍ତି କକା-ପୁତୁରା। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ପାଣି ପିଇବାକୁ ଯିବା ବେଳେ କକା-ପୁତୁରା ଉପର ମହଲାକୁ ଡକାଇ ନେଇଥିଲେ। ଉପର ମହଲାରେ ଆରଓ ପାଣି ଏବଂ ତଳ ମହଲାରେ ଖରାପ ପାଣି ଥିବା କହିଥିଲେ।
ମହିଳା କହିଛନ୍ତି ଯେମିତି ସେ ଉପର ମହଲାକୁ ପହଞ୍ଚିଲେ, ଦୁହେଁ ମିଶି ତାକୁ ଧରି ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଦେହାତର ଏସପି କହିଛନ୍ତି ପୋଲିସ ଅଭିଯୁକ୍ତ ପୁତୁରା ଜଗନକୁ ଘଟଣାସ୍ଥଳରୁ ଗିରଫ କରିଛି। ଅଭିଯୁକ୍ତର ବୟାନ ଅନୁଯାୟୀ କକାକୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଛି। ସେ କହିଛନ୍ତି ଅନ୍ୟ ଅଭିଯୁକ୍ତ ଶୀଘ୍ର ଜେଲ୍ ହାଜତକୁ ଯିବ। ପୋଲିସ ମହିଳାଙ୍କୁ ନେଇ ଡାକ୍ତରୀମାଇନା କରାଇଛି।