ଭାଣିଜୀକୁ ଆପତ୍ତିଜନକ ଅବସ୍ଥାରେ ଦେଖିବାରୁ ବାଡ଼ିରେ ପିଟି ପିଟି ହତ୍ୟା କଲେ ମାମୁଁ
14/01/2019 at 2:45 PM

ସମ୍ଭଲ ୧୪/୧: ଅସମୋଲି ଥାନା ଅଞ୍ଚଳରେ ଏକ ଅନର କିଲିଂର ଅଭିଯୋଗ ସାମନାକୁ ଆସିଛି। ଯୁବତୀଙ୍କୁ ଅନ୍ୟ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିବା ପରେ ମାମୁଁ ବାଡ଼ିରେ ପିଟି ପିଟି ତାଙ୍କ ହତ୍ୟା କରିଛନ୍ତି। ଏହା ପରେ ପୋଲିସଙ୍କୁ ସୂଚନା ନ ଦେଇ ଶବକୁ ପୋତି ଦେଇଛନ୍ତି। ଏହି ମାମଲାକୁ ନେଇ କୈାଣସି ପ୍ରକାର କାର୍ଯାନୁଷ୍ଠାନ ଏପର୍ଯ୍ୟନ୍ତ ହୋଇନାହିଁ।
ମୁରାଦାବାଦର ଜନପଦ ବାସିନ୍ଦା ୨୦ବର୍ଷ ବୟସ୍କା ଯୁବତୀ ଗତ ମାସେ ହେବ ଅସମୋଲି ଅଞ୍ଚଳରେ ନିଜ ମାମୁଁଙ୍କ ଘରେ ରହୁଥିଲେ। ଯୁବତୀଙ୍କ ମାଇଁ ଶନିବାର ସନ୍ଧ୍ୟାରେ ଯୁବତୀଙ୍କୁ ଅନ୍ୟ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ନେଇଥିଲେ। ରାତିରେ ଯୁବତୀଙ୍କ ମାମୁଁ ଭାଣିଜୀଙ୍କ ବିଷୟରେ ଜାଣିବା ପରେ ରାଗିଯାଇ ବାଡ଼ି ଉଠାଇ ଯୁବତୀଙ୍କୁ ପିଟିବା ଆରମ୍ଭ କରିଦେଇଥିଲେ। ରାଗରେ ସେ ମାମୁଁ ଭାଣିଜୀଙ୍କ ସମ୍ପର୍କ ଭୁଲିଯାଇଥିଲେ। ଏବଂ ଯୁବତୀଙ୍କ ଶରୀରକୁ ବାଡ଼ିରେ ଏତେ ପ୍ରହାର କରିଥିଲେ ଯେ ଯୁବତୀଜଣକ ଦରମରା ହୋଇଯାଇଥିଲେ।
ଘଟଣାସ୍ଥଳରେ ଯୁବକଙ୍କ ପରିବାରଲୋକେ ପହଞ୍ଚି ଯୁବତୀଙ୍କୁ ବଞ୍ଚାଇଥିଲେ ଏବଂ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ। ଡାକ୍ତର ଯୁବତୀଙ୍କୁ ଦେଖି ମୃତ ଘୋଷଣା କରିଥିଲେ। ଯୁବତୀଙ୍କ ମୃତ୍ୟୁ ପରେ ଯୁବକଙ୍କ ପରିବାର ଲୋକେ ଡରିଯାଇଥିଲେ। ପୋଲିସକୁ ସୂଚନା ନ ଦେଇ ବିଳମ୍ବିତ ରାତିରେ ଶବକୁ ମାଟିରେ ପୋତି ଦେଇଥିଲେ।
ଯୁବତୀଙ୍କ ପରିବାର ଲୋକେ ହୃଦଘାତ କାରଣରୁ ମୃତ୍ୟୁ ଘଟିଥିବା କଥା କହିଛନ୍ତି। କିନ୍ତୁ ଘଟଣାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଛି।