ଘରକୁ ଫେରିବା ବେଳେ ଆକ୍ରମଣ କଲା ହାତୀ, ଦାଦା ମୃତ ଓ ପୁତୁରା ଗୁରୁତର

Published By : Prameya-News7 Bureau | December 17, 2021 IST

ଉଦଳା ୧୭।୧୨: ହାତୀ ଆକ୍ରମଣରେ ଦାଦା ମୃତ ଓ ପୁତୁରା ଗୁରୁତର । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ଅନ୍ତର୍ଗତ ଶାରୀଶୁଆ ବିଟ୍ କରଞ୍ଜ ନାଳ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗୁରୁବାର ନିଜ କାମ ସାରି ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଦାଦା ଓ ପୁତୁରା । ଦାଦା ମଧୁସୂଦନ ହୋଙ୍କୁ ହାତୀ କଚାଡି ମାରିଦେଇଛି । ହାତୀ ଆକ୍ରମଣରେ ପୁତୁରା ଆହତ ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.