ରାଜସ୍ଥାନ ୨୪/୦୪: ମୃତ୍ୟୁ ଏମିତି ଆସେ । ହସ ଖୁସିରେ ନାଚଗୀତ ବେଳେ ଚାଲିଯାଏ ଜୀବନ । ଭଣଜା ବିବାହକୁ ଆସି ମାମୁଁଙ୍କ କ୍ଷେତ୍ରେର ଘଟିଛି ଏମିତି କିଛି । ଏପରି ଏକ ଅଭାବନୀୟ ଘଟଣା ରାଜସ୍ଥାନର ଝୁନଝୁନୁ ଜିଲ୍ଲାର ନବଲଗଡ଼ ଅଞ୍ଚଳରେ ଘଟିଛି।
ସୂଚନା ଥାଉକି, ଖୁସିରେ ପାଦ ତଳେ ଲାଗୁ ନ ଥିଲା । ନିଜ ଭଣଜା ବିବାହର ବିଭିନ୍ନ ରୀତିନିତୀ ପାଳନ କରୁଥିବା ବେଳେ ହଠାତ୍ ଟଳି ପଡ଼ିଲେ ମାମୁ । ଯେତେ ଡାକିଲେ ବି ଆଉ ଉଠିଲେ ନାହିଁ ।
ଫଳରେ ହସଖୁସିର ପରିବେଶ ହଠାତ୍ କାନ୍ଦ ବୋବାଳିରେ ଫାଟି ପଡ଼ିଲା । ମୃତକ ହେଉଛନ୍ତି କମଳେଶ । ନିଜ ଭଣଜାର ବିବାହ ଉତ୍ସବରେ ଯୋଗ ଦେବାକୁ କମଳେଶ ପରିବାର ସହ ଲୋଛବା ଯାଇଥିଲେ । ସେଠାରେ ସେ କିଛି ରୀତିନୀତି ପାଳନ କରୁଥିବା ବେଳେ ମୁଣ୍ଡ ଉପରେ ହାଣ୍ଡି ରଖି ନାଚୁଥିଲେ । ଉକ୍ତ ସମୟରେ ହଠାତ୍ କମଳେଶ ଅଚେତ ହୋଇ ତଳେ ପଡ଼ିଗଲେ ।
ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ କମଳେଶଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ସଂଗେ ସଂଗେ ହଠାତ୍ ହସ ଖୁସିରେ ଫାଟି ପଡୁଥିବା ପରିବାରରେ ଖେଳିଯାଇଥିଲା ଦୁଃଖର ପାହାଡ । ସେପଟେ କମଳେଙ୍କ ଶେଷକୃତ୍ୟ ସମ୍ପନ୍ନ ପରେ ତାଙ୍କ ଭଣଜାଙ୍କ ବିବାହ ସମ୍ପନ୍ନ ହୋଇଥିବା ଜଣାଯାଇଛି।