ବାଇକ ଉପରେ ମାଡ଼ିଗଲା ଟ୍ରକ୍ : ଦାଦା ମୃତ,ପୁତୁରା ଗୁରୁତର

Published By : Prameya-News7 Bureau | December 30, 2019 IST

ଭଦ୍ରକ ୩୦/୧୨: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଉପରେ ଟ୍ରକ୍‌ ମାଡ଼ିଯିବାରୁ ଦାଦାର ମୃତ୍ୟୁ ଘଟିଥିବା ବେଳେ ପୁତୁରା ଗୁରୁତର ଆହତ ହୋଇଛି। ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ ଶିକ୍ଷକ ଅନନ୍ତ ପ୍ରସାଦ ନାୟକ। ପୁତୁରା ଜ୍ୟୋତି ନାୟକଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ଲଷ୍ମୀନାରାୟଣ ମନ୍ଦିର ନିକଟରେ ଭଡ଼ାରେ ରହୁଥିଲେ।

ଆଜି ସକାଳେ ଦାଦାପୁତୁରା ଏକ ବାଇକ୍‌ ଯୋଗେ ବାସୁଦେବପୁର ଯାଉଥିଲେ। ଏହି ସମୟରେ ଚରମ୍ପା ମହିନ୍ଦ୍ରା ସୋରୁମ ସମ୍ମୁଖରେ ଦୁହିଁଙ୍କ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଅନନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଜ୍ୟୋତିଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି।

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଅଟକ ରଖି ପୁଲିସ୍‌ ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.