ଦାଦାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ, ହତ୍ୟାକାରୀ ଅଟକ
22/07/2023 at 12:21 PM

ମୁନିଗୁଡା ୨୨।୭: ଦାଦାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ସିରଝୋଲି ଗ୍ରାମରେ । ଘଟଣାସ୍ଥଳରେ ପୁତୁରା ଏସ୍ ରମେଶଙ୍କ ମୃତ୍ୟୁ ଘଟିଛି । ହତ୍ୟାକାରୀ ଦାଦା ଏସ୍ ବୁଡୁକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

ସୂଚନାଯୋଗ୍ୟ ଯେ, ମଦ ପିଇ ବିଳମ୍ବିତ ରାତିରେ ଦାଦା ପୁତୁରାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଭଳି ଘଟଣା ଘଟିଥିବା ଜଣାପଡିଛି । ଆଉ କିଛି ସମୟ ପରେ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ପୋଲିସ କହିଛି ।
You Can Read :
Related Posts
ନାଳରେ ବୁଡ଼ି ଦୁଇ ନାବାଳକ ମୃତ, ଖେଳିବାକୁ ଯାଇଥିବାବେଳେ ଅଘଟଣ
30 November 2023
ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ
30 November 2023