scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରକାରୀ ବାବୁଙ୍କ ଅମାପ ସମ୍ପତ୍ତି, ପେଟି ପେଟି ଟଙ୍କା ଦେଖି ତାଟକା ଭିଜିଲାନ୍ସ ଟିମ୍

23/06/2023 at 2:46 PM

ଭୁବନେଶ୍ୱର ୨୩/୦୬: ଭିଜିଲାନ୍ସ ପଞ୍ଝାରେ କୋଟିପତି ସରକାରୀ ବାବୁ। ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନରେ ରେଡ୍ ବେଳେ ତାଙ୍କର ଅମାପ ସମ୍ପତ୍ତି ଏବଂ ପେଟି ପେଟି ଟଙ୍କା ଦେଖି ଭିଜିଲାନ୍ସ ଟିମ୍ ବି ତାଜୁବ । ଶୁକ୍ରବାର ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ରାଜଧାନୀର କାନନ ବିହାରସ୍ଥିତ ବାସଭବନରେ ଚଢ଼ଉ କରିବାକୁ ପହଞ୍ଚିଥିଲା ।

ତେବେ ପ୍ରଶାନ୍ତ କୁମାର ରାଉତଙ୍କ ପଡୋଶୀଙ୍କ ଛାତ ଉପରୁ ମିଳିଥିଲା ବିଡି ବିଡା ଟଙ୍କା । ଭିଜିଲାନ୍ସ ଟିମ୍ ଛାତ ଉପରୁ ବିଡ଼ାବିଡ଼ା ୫ଶହ ଟଙ୍କିଆ ଭର୍ତ୍ତି ୬ଟି ପ୍ୟାକେଟ୍ ଜବତ କରିଥିଲେ । ଜବତ ଅର୍ଥର ପରିମାଣ ୨ କୋଟି ୨୫ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଟଙ୍କା ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କର ବୋଲି କୁହାଯାଉଛି।

ଭିଜିଲାନ୍ସ ଟିମ୍ ଆସିଥିବା ଜାଣି ସେ ଘରେ ନଥିଲେ, କିନ୍ତୁ ପରିବାର ଲୋକଙ୍କୁ ପଡ଼ୋଶୀଙ୍କ ଛାତକୁ ସେହି ୬ ପ୍ୟାକେଟ୍ ଟଙ୍କା ବିଡ଼ା ଫିଙ୍ଗିଦେବାକୁ କହି ଦେଇ ଯାଇଥିଲେ। ତେବେ ଟଙ୍କା ବିଷୟରେ କିଛି ଜାଣି ନଥିବା ଗଣମାଧ୍ୟମକୁ କହିଛନ୍ତି ପ୍ରଶାନ୍ତ କୁମାର ରାଉତଙ୍କ ପରିବାର ଲୋକେ। ଏନେଇ ଭିଜିଲାନ୍ସ ଟିମ୍ ଖୋଳତାଡ଼ କରୁଛି।

୨ କୋଟି ୨୫ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ବଣ୍ଡଲ ଜବତ ଜବତ ହେଇଛି। ଏହାସହ ସୁନା ଅଳଙ୍କାର, ସୁନା ବିସ୍କୁଟ ଓ ଅନେକ ATM କାର୍ଡ ଜବତ କରାଯାଇଛି। ସେପଟେ ନବରଙ୍ଗପୁରରେ ଅନ୍ଯ ଏକ ସରକାରୀ ବାସଭବନରୁ ୭୭ ଲକ୍ଷ ଟଙ୍କାର ୫ ଶହ ଟଙ୍କିଆ ବିଡ଼ା ଜବତ ହୋଇଛି। ଏକକାଳୀନ ନବରଙ୍ଗପୁର , ଭୁବନେଶ୍ୱର ଓ ଭଦ୍ରକ ସମେତ ୯ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି।

ଭୁବନେଶ୍ବର ସ୍ଥିତ କାନନବିହାରରେ ଦୁଇ ମହଲା ଘର, ନବରଙ୍ଗପୁର ବାସଭବନ, ଅଫିସ ସମେତ ଭଦ୍ରକରେ ପୈତୃକ ବାସଭବନରେ ଚଢାଉ ଚାଲିଛି। ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି। ପ୍ରଶାନ୍ତ କୁମାର ରାଉତଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା। ଆଗରୁ ସେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରେ ଥିବା ବେଳେ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବିଶ୍ରା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିବା ସମୟରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏବେ ଅତିରିକ୍ତ ଉପଜିଲ୍ଲାପାଳ ଦାୟିତ୍ବରେ ଥିବା ସମୟରେ ପୁଣି ଥରେ ଭିଜିଲାନ୍ସ ଚଢାଉ କରିଛି। ….

   Related Posts