scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାରିବାରିକ କଳହର କରୁଣ ପରିଣତି, ୨ ଝିଅ ଓ ପୁଅକୁ ଫିଙ୍ଗି କୂଅକୁ ଡେଇଁଲା ମାଆ

3/07/2023 at 10:06 AM

ସାନଖେମୁଣ୍ଡି ୦୩/୦୭: ପାରିବାରିକ କଳହର କରୁଣ ପରିଣତି । ୨ ଝିଅ ଓ ପୁଅକୁ କୂଅରେ ଫିଙ୍ଗିଦେଲା ମାଆ । କେବଳ ପିଲାଙ୍କୁ ଫିଙ୍ଗିନି ତ ନିଜେ ବି କୂଅକୁ ଡେଇଁ ପଡିଲା । ଏମିତି ଅଭାବନୀୟ ଘଟଣା ଘଟିଛି ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡା ଗାଁରେ ।

ରବିବାର ବିଳମ୍ବିତ ରାତିରେ ପାରିବାରିକ କହଳକୁ ନେଇ ପରିବାରରେ ସୃଷ୍ଟି ହୋଇଥିଲା ବିବାଦ । କଳହ ଏତେ ତୀବ୍ର ରୂପ ନେଇଥିଲା ଯେ, ମାଆ ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗିବା ପରେ ନିଜେ ବି ଡେଇଁ ପଡିଥିଲା । ସ୍ଥାନୀୟ ଲୋକେ ସଂଗେ ସଂଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ପହଞ୍ଚି ବଡ଼ଝିଅ ଓ ମାଆକୁ କୂଅରୁ ଉଦ୍ଧାର କରିଥିଲେ । ହେଲେ ସାନ ଝିଅ ଓ ପୁଅକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ବର୍ତ୍ତମାନ ମାଆ ଓ ଝିଅକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

you can also read…

   Related Posts