Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସ୍ଵତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟରେ ୩ ବର୍ଷ ହେଲା ତାଲା ଝୁଲୁଛି, ଦାବି ପରେ ବି ଶୁଣୁନି ପ୍ରଶାସନ

5/06/2022 at 2:56 PM

ଫୁଲବାଣୀ ୦୫/୦୬: ଆଦିବାସୀଙ୍କ କଳା ସଂସ୍କୃତି ପରମ୍ପରା ଲୋକ ନୃତ୍ୟ ଓ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶପାଇଁ ଆଦିବାସୀ ଜିଲ୍ଲାଗୁଡିକରେ ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ ଗଠନ କରିଥିଲେ । କନ୍ଧମାଳ ସମେତ ରାଜ୍ୟର ମୟୂରଭଞ୍ଜ, ରାୟଗଡ଼ା, କେଉଁଝର, ମାଲକାନାଗିରି, ସୁନ୍ଦର ଗଡନବରଙ୍ଗପୁର, ଗଜପତି , କୋରାପୁଟ ଭଳି୧୦ ଗୋଟି ଜିଲ୍ଲାରେ ୨୦୧୭ ମସିହାରେ ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ ଗଠନ କରିଥିଲେ ।

ଏହାସହ ସେଥିରେ ରାଜ୍ୟପାହ୍ୟା ମନ୍ତ୍ରୀ କ୍ୟାଡ଼ର ମାନ୍ୟତା ନେଇ ଦଳୀୟ ଆଦିବାସୀ ନେତାଙ୍କୁ ଅଧ୍ୟକ୍ଷ ଉପାଧ୍ୟକ୍ଷ ପଦବୀ ଦେବା ସହ ୯ ଜଣିଆ ସଦସ୍ୟ ନିଯୁକ୍ତି କରିଥିଲେ । ଏଥିରେ ଆଦିବାସୀମାନେ ବେଶ ଖୁସି ବ୍ୟକ୍ତ କରିଥିଲେ । ବର୍ଷକୁ ପ୍ରତି ବ୍ଲକ ପାଇଁ ଦେଢ଼ କୋଟି ଲେଖାଏ ଜିଲ୍ଲ।କୁ ୧୮କୋଟି ଟଙ୍କା ଅନୁଦାନ ମଧ୍ୟ ଦେଉଥିଲେ ସରକାର। ଜିଲାରେ କାର୍ଯ୍ୟାଳୟ ମଧ୍ୟ ଖୋଲାଯାଇଥିଲା ।

ହେଲେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମେ ୨୫ରେ ପରିଷଦକୁ ଭାଙ୍ଗିଦେଇଥିଲେ ସରକାର । ତାପରଠୁ ଏଯାଏ ଗତ ୩ ବର୍ଷ ହେଲା ପରିଷଦ ଗଢିନାହାନ୍ତି ସରକାର । ଫଳରେ କାର୍ଯ୍ୟାଳୟରେ ତାଲା ଝୁଲୁଛି । ଅର୍ଥ ଅନୁବାନ୍ ମଧ୍ୟ ଖର୍ଚ ନହୋଇ ପଡି ରହିଛି ଆଇଟିଡିଏ ବିଭାଗରେ । ନୂତନ ପରିଷଦ ଗଠନର ନା ଗନ୍ଧଧରୁନାହ।ନ୍ତି ସରକାର । ଫଳରେ ସାଧାରଣରେ ତେଜିଛି ଅସନ୍ତୋଷ ।

   Related Posts